ଆଜି ପବିତ୍ର ରାମ ନବମୀ, କରୋନା ପାଇଁ ଫିକା ପଡ଼ିଛି ପରମ୍ପରା
Khabar Odisha:Ram-navami-Today
ଭୁବନେଶ୍ୱର, ଏପ୍ରିଲ ୦୨ (ଖବର ଓଡ଼ିଶା):

ଆଜି ହେଉଛି ପବିତ୍ର ରାମ ନବମୀ । ଏହି ଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ଚୈତ୍ର ମାସ ନବମୀରେ ଦଶରଥଙ୍କ ପ୍ରଥମ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଜାତ ହୋଇଥିଲେ ପୁରୁଷୋତ୍ତମ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । କିନ୍ତୁ କରୋନା ପାଇଁ ଆଜି ସବୁ ଫିକା ପଡ଼ିଛି ।
 ‘ରାମାୟଣ’ରେ ଶ୍ରୀରାମଙ୍କ ଜନ୍ମ ଲୀଳା ସମ୍ପର୍କରେ ବର୍ଣ୍ଣିତ ଅଛି । ରାମଙ୍କୁ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି କୁହାଯାଏ । ରାମ ନବମୀ ପାଇଁ ଉତ୍ତର ପ୍ରଦେଶ ଅଯୋଧ୍ୟାଠାରୁ ଆରମ୍ଭ କରି ସବୁ ବର୍ଷ ଚଳଚଞ୍ଚଳ ହୋଇଉଠେ । ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ ।ଭୁବନେଶ୍ୱରରେ ରାମ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ । କିନ୍ତୁ ସାରା ଦେଶ ଓ ଓଡ଼ିଶା କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍ ଡାଉନ୍ କରାଯାଇଛି । 




 

  • Tags:

Subscribe

National International State Sports Entertainment