ବାହୁଡ଼ିବେ ମହାପ୍ରଭୁ, ଦକ୍ଷିଣ ମୋଡ଼ ହେଲା ତିନି ରଥ
Khabar Odisha:Preparation-of-Bahuda-Yatra--the-three-chariots-turned-south

ପୁରୀ, ଜୁଲାଇ ୧୭ (ଖବର ଓଡ଼ିଶା): ସରିଲା ହେରା ପଞ୍ଚମୀ ନୀତି ଏବେ ବାହୁଡ଼ିବେ ମହାପ୍ରଭୁ । ସରି ସରି ଆସୁଛି ନବଦିନାତ୍ମକ ଯାତ୍ରା । ଏବେ ଜନ୍ମ ବେଦୀରୁ ପୁଣି ରତ୍ନ ବେଦୀକୁ ବାହୁଡି ଯିବେ ଚତ୍ତୁର୍ଦ୍ଦାମୂରତୀ । ଆଉ ଦିନ ଦୁଇଟା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ଯାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଛି ସବୁ ବାହୁଡ଼ା ନୀତି ।

ଆଜି ତିନି ରଥ କୁ ଦକ୍ଷିଣ ମୋଡ଼ କରାଯାଇଛି । ଗୁଣ୍ଡିଚା ଘରୁ ପୁଣି ମହାପ୍ରଭୁଙ୍କୁ ନେଇ ଶ୍ରୀମନ୍ଦିର ଫେରିବେ ତିନି ରଥ । ନୀତି ଅନୂଯାଇ ଆଜି ସର୍ବପ୍ରଥମେ ଆଜ୍ଞା ମାଳ ବିଜେ ହେବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ କରାଯାଇଥିବା ବେଳେ ପରେ ପରେ ବଡ଼ ଠାକୁରଙ୍କ ତାଳଧ୍ୱଜ ଓ ସର୍ବ ଶେଷରେ ନନ୍ଦିଘୋଷ ରଥକୁ ବି ଦକ୍ଷିଣ ମୋଡ କରାଯାଇଛି ।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ମହାପ୍ରଭୁଙ୍କ ସବୁ ନୀତିକାନ୍ତି, ଯାନି ଯାତ୍ରା ଭକ୍ତ ଶୂନ୍ୟ ଭାବରେ ହେଉଥିବାରୁ ଆଜି ପୋଲିସ୍ କର୍ମଚାରୀ ଓ ସେବାୟତଙ୍କ ଦ୍ୱରା ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି । ରଥଯାତ୍ରା ଦିନ ଠାରୁ ତିନି ରଥ ଉତ୍ତରମୁହାଁ ହୋଇ ରହିଥିବା ବେଳେ ଆଜି ବାଡୁଡା ଯାତ୍ରା ପାଇଁ ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି ।


  • Tags:

Subscribe

National International State Sports Entertainment