ବିବାଦ ଯୋଗୁଁ ବିଳମ୍ବ ହେଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ
Khabar Odisha:Lord-jagannaths-Nagarjuna-Besa-Was-delayed-cause-of-sebayat-controversy

ପୁରୀ : କରୋନା କଟକଣା ଯୋଗୁଁ ଦୀର୍ଘ ୨୫ ବର୍ଷର ପ୍ରତିକ୍ଷା ପାଣି ଫୋଟକା ପରି ମିଳେଇ ଯାଇଛି । ୨୫ ବର୍ଷ ପରେ ଆଜି ମହାପ୍ରଭୁ ନାଗାର୍ଜ୍ଜୁନ ବେଶ ଧାରଣ କରୁଥିବା ବେଳେ କରୋନା କଟକଣା ଯୋଗୁଁ ଭକ୍ତମାନେ ଚତୁର୍ଦ୍ଦାମୂରତିଙ୍କୁ ନାଗାର୍ଜ୍ଜୁନ ବେଶରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି ।

ଅନ୍ୟପଟେ ଆଜି ପୁରୀରେ ସେବାୟତ ମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ନାଗାର୍ଜ୍ଜୁନ ବେଶ ମଧ୍ୟ ବିଳମ୍ବ ହୋଇଛି । କରୋନା କଟକଣା ଯୋଗୁଁ ସୀମିତ ସେବାୟତଙ୍କୁ ନେଇ ନାଗାର୍ଜ୍ଜୁନ ବେଶ ହେବାକୁ ଥିବା ବେଳେ ଏକାଧିକ ସେବାୟତଙ୍କ ପ୍ରବେଶକୁ ନେଇ ଦେଖା ଦେଇଥିଲା ବିବାଦ । ଯାହା ଫଳରେ ଅର୍ଦ୍ଧ ରାତିରୁ ନାଗାର୍ଜ୍ଜୁନ ବେଶ ପାଇଁ ନୀତିକାନ୍ତି ଆରମ୍ଭ ହୋଇଥିଲେ ସୁଦ୍ଧା ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ ହେବାରେ ବିଳମ୍ବ ହୋଇଛି ।

ଏ୍ରୀମନ୍ଦିରରେ ଭଣ୍ଡାର ମେକାପ, ଖୁଣ୍ଟିଆ ସେବାୟତ ଓ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶରେ ବିଳମ୍ବ ହୋଇଥିଲା । ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ସେବାୟତ ମନ୍ଦିରରେ ପ୍ରବେଶ କରିବାରୁ ତିନି ସେବାୟତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଏହି ବିବାଦର ସମାଧାନ ହୋଇଥିଲା ।

ଆଜି ମାତ୍ର ଅଢେଇ ଘଣ୍ଟା ପାଇଁ ମହାପ୍ରଭୁଙ୍କୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ କରାଯାଇଥିଲା । ସକାଳ ୭ଟାରେ ବେଶ ହୋଇ ସକାଳ ୯.୩୦ରେ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ ଓଗାଳ କରାଯାଇଥିଲା । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ । ଦୁଇ ଠାକୁରଙ୍କ ମସ୍ତକରେ ହାଣ୍ଡିଆ ଶୋଭା ପାଉଥିବା ବେଳେ ଉଭୟ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ଧାରଣ କରିଥିଲେ ।

  • Tags:

Subscribe

National International State Sports Entertainment