ଆଜି ଶ୍ରୀମନ୍ଦିରରେ କୃଷ୍ଣ ବଳରାମଙ୍କ ଗାଈ ଚରେଇବା ବେଶ ଅନୁଷ୍ଠିତ ହୋଇଛି । ଗୋଷ୍ଠା ଅଷ୍ଟମୀ ଉପଲକ୍ଷେ କୁନି କୁନି ପିଲାଙ୍କୁ ସୁସଜ୍ଜିତ କରାଯାଇଛି। ଦ୍ୱାପରଯୁଗରେ ଶ୍ରୀ କୃଷ୍ଣ ଓ ବଳରାମ ଯଶୋଦା ମାତାଙ୍କ ଠାରୁ ଅନୁମତି ନେଇ କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ଦିନ ଗାଈ ଚରାଇବା ଆରମ୍ଭ କରିଥିଲେ । ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କ ଅବତାର ଓ ବଳଭଦ୍ର ହେଉଛନ୍ତି ବଳରାମଙ୍କ ଅବତାର । ତେଣୁ ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ ।
ଏହିଦିନ ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ । ଏହି ଦିନ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ବ୍ରଜ ସଂସ୍କୃତିରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଗୋମାତାଙ୍କ ରକ୍ଷା କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ଗୋମାତାଙ୍କ ପୂଜା କରିବା ସହ ସେମାନଙ୍କୁ ଘାସ ଅର୍ପଣ କରିବା ପରେ ସେମାନଙ୍କ ଚାରିପାଖରେ ପରିକ୍ରମା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ସନ୍ଧ୍ୟା ସମୟରେ ଗୋମାତାଙ୍କ ପାଦଧୂଳି ମସ୍ତକରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ଗୋପାଳ ରୂପରେ ଗାଈ ଚରାଇବା ଆରମ୍ଭ କରିଥିଲେ । ଏଥି ପାଇଁ ଆଜି ଗୋ ମାତାଙ୍କୁ ପୂଜା କରାଯାଏ ।ତେବେ ଏହି ସମସ୍ତ କାରଣ ପାଇଁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ଭାରତରେ ସର୍ବତ୍ର ପାଳନ କରାଯାଇଥାଏ। ଗୋ ମାତା ମାନଙ୍କୁ ସ୍ଥାନେ ସ୍ଥାନେ ଶୋଭାଯାତ୍ରା କରାଯାଇ ନିଜ ଅନ୍ତର ର ଭକ୍ତି ନିବେଦନ ଅର୍ପଣ କରାଯାଏ।
ଅଧିକ ପଢନ୍ତୁ :ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହରିହର ବେଶ