କୋଣାର୍କ ଉତ୍ସବରେ କେଳେଙ୍କାରୀ : ଶିଳ୍ପୀ ଖୋଲୁଛନ୍ତି ଗୁମର
Khabar Odisha:Konark-Festival-Artist-Scandal

କୋଣାର୍କ : କରୋନା କଟକଣା ଯୋଗୁଁ ସାଢେ ଚାରି କୋଟି ଓଡ଼ିଆଙ୍କ ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଏପର୍ଯ୍ୟନ୍ତ ଖୋଲି ପାରି ନାହାନ୍ତି ରାଜ୍ୟ ସରକାର କିନ୍ତୁ ଏପଟେ ଧୁମ୍‌ଧାମ୍ ରେ ଚାଲିଛି କୋଣାର୍କ ଉତ୍ସବ । ଯଦି ମନ୍ଦିର ଖୋଲିଦେଲେ କରୋନା ସଂକ୍ରମଣର ଭୟ ରହିଛି ତାହାଲେ କେଉଁ ଆଧାରରେ ଚଳିତ ବର୍ଷ କୋଣାର୍କ ଉତ୍ସବକୁ ଅନୁମତି ଦିଆଗଲା ତାକୁ ନେଇ ଏବେ ସାଧାରଣ ମହଲରେ ପ୍ରଶ୍ନ ଉଠିଛି । ତେବେ ଏହି ବିବାଦ ଭିତରେ ଆଉ ଏକ ସଙ୍ଗୀନ ଅଭିଯୋଗ ଏବେ ସାରା ଓଡ଼ିଶା ବାସୀଙ୍କୁ ଚକିତ କରିଛି ।

ଅଶି ଦଶକରୁ ଓଡ଼ିଶାର ଅନନ୍ୟ କଳାର ପରିଚୟ ଦେଇ ଆସୁଥିବା କୋଣାର୍କ ଉତ୍ସବ ପୁରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥାଏ । ଓଡ଼ିଶାର ଲୋକ କଳା କୁ ବିଶ୍ୱ ବିଦିତ କରାଉଥିବା ଏହି କୋଣାର୍କ ଉତ୍ସବରେ ବର୍ତମାନ ‘କଳା’ କୁ ନେଇ କଳା କାରବାର ହେଉଛି ବୋଲି ଅଭିଯୋଗ ହୋଇଛି । ପ୍ରତି ବର୍ଷ କିଛି ନିଦ୍ଦିଷ୍ଟ ଶିଳ୍ପୀ ମାନେ ହିଁ ମଞ୍ଚ ଉପରକୁ ଚଢିବାକୁ ସୁଯୋଗ ପାଉଛନ୍ତି ।

ଏମିତି ତ ଦେଖିବାକୁ ଗଲେ ରାଜ୍ୟରେ ପ୍ରାୟ ୪୭୧ ଟି ଲୋକ କଳା ରହିଛି ଏବଂ ଏହି ଲୋକ କଳାକୁ ପରିବେଷଣ କରିବା ପାଇଁ ସରକାରୀ ଭାବରେ ୧୦ ହଜାର ଲୋକ କଳା ଦଳ ରହିଛନ୍ତି ଯେଉଁଥିରେ ଦେଢ ଲକ୍ଷରର ଅଧିକ କଳାକାର ପଞ୍ଜିକୃତ ହୋଇଛନ୍ତି । କିନ୍ତୁ ସେମାନଙ୍କୁ ସୁଯୋଗ ଦେବ କିଏ? ଏଠି ତ ଉତ୍ସବ ପରିଚାଳନା ଦାୟିତ୍ୱ ରେ ଥିବା ସରକାରୀ ବାବୁ ମାନଙ୍କ ସହିତ ସଲାସୁତୁରାରେ କୋଣାର୍କ ଉତ୍ସବ ପରିବର୍ତେ ଚାଲିଛି ପ୍ରୀୟାପ୍ରୀତି ଉତ୍ସବ ।

କଳାକାରଙ୍କୁ ନେଇ ପ୍ରତିବର୍ଷ ହେଉଥିବା ଏହି ଡିଲ୍ ଦ୍ୱାରା ରାଜ୍ୟର ହଜାର ହଜାର ଉଦୀୟମାନ କଳାକାରଙ୍କ କଳା ପରିବେଷଣରେ ପୂର୍ଣ୍ଣଛେଦ୍ ଲାଗୁଛି । ମଞ୍ଚ ଉପରକୁ ଉଠି ସେମାନଙ୍କ କଳା ପରିବେଷଣ କରିବା ପାଇଁ ବର୍ଷ ବର୍ଷ ପ୍ରତିକ୍ଷା ପରେ ସେମାନଙ୍କୁ ମିଳୁନି ସୁଯୋଗ । କେବଳ କୋଣାର୍କ ଉତ୍ସବ ନୁହେଁ ପ୍ରାୟ ସବୁ ସରକାରୀ ଇଭେଣ୍ଟରେ କିଛି ମୁଷ୍ଟିମେୟ କଳାକାରଙ୍କୁ ହିଁ ସୁଯୋଗ ଦିଆଯାଉଛି । ତାହା ପୁଣି ବାରମ୍ବାର । ‘କଳା’ କୁ ନେଇ ଚାଲିଥିବା ଏହି କଳା କାରବାରର ଏମିତି ଚକ୍ରବିହ୍ୟୁ ସୃଷ୍ଟି କରାଯାଇଛି ଯେ ଏମାନଙ୍କ ବିରୋଧରେ ବର୍ତମାନ ମୁହଁ ଖୋଲିବାକୁ ଡରୁଛନ୍ତି କଳାକାର ।

ଆଜି ହେଉଛି କୋଣାର୍କ ଉତ୍ସବର ଶେଷ ଦିନ । ଡିସେମ୍ବର ୧ରୁ ଆରମ୍ଭ ହୋଇ ପାଞ୍ଚ ଦିନର ବିଶ୍ୱ ପ୍ରସିଦ୍ଧ କୋଣାର୍କ ଉତ୍ସବକୁ ନେଇ ବହୁ କଳାକାର ଅସୋନ୍ତଷ ପ୍ରକାଶ କରିଛନ୍ତି । ଯାହା ଧିରେ ଧିରେ ‘କଳା’ର କଳା ସାମ୍ରାଜ୍ୟର ଗୁମର ଖୋଲୁଛି ।

ଓଡ଼ିଶାରେ ଘୋଡାନାଚ, ଛଉ, ସମ୍ବଲପୁରୀ ଏମିତି ଅଗଣିତ ଲୋକକଳା ରହିଛି କିନ୍ତୁ ସେ କୋଣାର୍କ ଉତ୍ସବ ହେଉ କି ମୁକ୍ତେଶ୍ୱର ଉତ୍ସବ କିମ୍ବା ଆନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବ ସବୁଠି କେବଳ ଗୋଟିଏ ନୃତ୍ୟ ତଥା ଲୋକ କଳାକୁ ପ୍ରମୋଟ କରାଯାଉଛି ସେ ହେଉଛି ଓଡ଼ିଶୀ ଯାହା ପାଇଁ ଏବେ ରାଜ୍ୟର ହଜାର ହଜାର ଅନ୍ୟ ଲୋକକଳା ପରିବେଷଣ କଳାକାର ଜୀବିକା ହରାଉଛନ୍ତି ।

ତେବେ ରାଜ୍ୟ ସରକାର ଏଭଳି ଏକ ସାଂଘାତିକ୍ କଳା କାରବାର ବିଷୟରେ ଅବଗତ ନାହାନ୍ତି ନାଁ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି ।

  • Tags:

Subscribe

National International State Sports Entertainment