ଆଲୋକର ପର୍ବ ଦୀପାବଳୀକୁ କାର୍ତ୍ତିକ ମାସରେ ପାଳନ କରାଯାଏ । ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସ ହେଉଛି ଧର୍ମ ମାସ । ଏହି ମାସରେ ଅନେକ ପୂଜା ପର୍ବ ପାଳନ କରାଯାଏ । ତେବେ ଆଜି ହେଉଛି ଦୀପାବଳି । ସାରା ଭାରତ ବର୍ଷରେ ଏହାକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଉଛି । ସମସ୍ତେ ନିଜ ଘରକୁ ଦୀପ ଓ ଆଲୋକମାଳାରେ ସଜାଇ ଖୁବ ଧୁମଧାମରେ ପାଳନ କରିଥାନ୍ତି । ବିଭିନ୍ନ ଧର୍ମରେ ଏହି ଦୀପାବଳି ପାଳିବାର ଭିନ୍ନ ଭିନ୍ନ ମହତ୍ୱ ରହିଛି । ତେଣୁ ଏହି ଦିନକୁ ଆନନ୍ଦ ଓ ଉଲ୍ଲାସର ଦିନ ମଧ୍ୟ କୁହାଯାଏ ।
ହିନ୍ଦୁ ଧର୍ମର ଅନୁଯାୟୀ ଏହିଦିନ ଧୁମଧାମରେ ପାଳନ କରିବାର ଅନେକ ମହତ୍ୱ ରହିଛି । ପୁରାଣରେ ବର୍ଣ୍ଣିତ ଅଛି କି ଏହି ଦିନ ଲଙ୍କାର ରାଜା ରାବଣକୁ ବଦ୍ଧ କରି ପ୍ରଭୁ ରାମଚନ୍ଦ୍ର ଦେବୀ ସୀତାଙ୍କ ସହ ଅଯୋଧ୍ୟାକୁ ଫେରିଥିଲେ । ତାଙ୍କ ଫେରିବା ଖୁସିରେ ସାରା ଅଯୋଧ୍ୟା ବାସୀ ଦୀପର ଆଲୋକରେ ପୁରା ଅଯୋଧ୍ୟାକୁ ସଜାଇ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିବା ସହ ସମସ୍ତେ ଖୁସିର ମୁହୂର୍ତ୍ତକୁ ପାଳନ କରିଥିଲେ । ତେଣୁକରି ଏହି ଦିନକୁ ହିନ୍ଦୁ ଧର୍ମରେ ଦୀପାବଳି ରୂପେ ପାଳନ କରାଯାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିଥାନ୍ତି ।
ବୌଦ୍ଧ ଧର୍ମର ବିଶ୍ୱାସ ଅନୁଯାୟୀ ଦୀପାବଳି ପାଳନର ବିଶେଷତ୍ୱ ରହିଛି । ଏହି ଆଲୋକର ପର୍ବକୁ ନେଇ ବୌଦ୍ଧ ଧର୍ମରେ ଅନେକ ବିଶ୍ୱାସ ରହିଛି । ବୌଦ୍ଧଙ୍କ ଆରାଧ୍ୟ ଦେବତା ହେଉଛନ୍ତି ଗୌତମ ବୁଦ୍ଧ । କୁହାଯାଏ କି ଗୌତମ ବୁଦ୍ଧ ୧୮ ବର୍ଷ ପରେ ନିଜ ଜନ୍ମସ୍ଥାନ କପିଳବାସ୍ତୁକୁ ଫେରି ଆସିଥିଲେ। ତାଙ୍କର ଫେରି ଆସିଥିବା ଖୁସିରେ ବୁଦ୍ଧଙ୍କ ଅନୁଗାମିମାନେ ଦୀପ ପ୍ରଜ୍ବଳନ କରି ଗୌତମ ବୁଦ୍ଧଙ୍କୁ ସ୍ୱାଗତ କରିଥିଲେ । ତେଣୁ ସେହିଦିନଠାରୁ ବୌଦ୍ଧ ଧର୍ମର ଲୋକମାନେ ମଧ୍ୟ ଘରେ ଘରେ ଦୀପ ଲଗାଇ ଏହି ପବିତ୍ର ପର୍ବକୁ ପାଳନ କରିଥାନ୍ତି ।
ଖାଲି ସେତିକି ନୁହେଁ ଜୈନ ଧର୍ମରେ ଦୀପାବଳି ପାଳନର ଏକ ବିଶ୍ୱାସ ରହିଛି । ତେବେ ଜୈନ ଧର୍ମର ବିଶ୍ୱାସ ଅନୁଯାୟୀ ମହାବୀରଙ୍କ ଏହିଦିନରେ ନିର୍ବାଣ ପ୍ରାପ୍ତି ବା ପୁନର୍ଜନ୍ମ ହୋଇଥିଲା । ସେହିଦିନକୁ ସ୍ମରଣକରିବା ପାଇଁ ଜୈନମାନେ ଦୀପାବଳି ପାଳନ କରନ୍ତି । ଏହି ଅବସରରେ ଦୀପ ଜଳାଯାଏ ଏବଂ ମିଷ୍ଟାନ୍ନ ବଣ୍ଟାଯାଏ । ଜୈନ ବ୍ୟବସାୟୀମାନେ ହିସାବଖାତା ଏବଂ ମୁଦ୍ରା ପୂଜାକରନ୍ତି । ଦୀପାବଳି ଦିନ ଭଗବାନ ଶ୍ରୀଗଣେଶ, ମାତା ଲକ୍ଷ୍ମୀ, କୁବେର ଦେବତା, ମା’ କାଳୀ ଏବଂ ମାତା ସରସ୍ୱତୀଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ଆଜିର ଏହି ପବିତ୍ର ଦିନରେ ସମସ୍ତ ଦେବାଦେବୀଙ୍କୁ ଆରାଧନା କଲେ ଭଗବାନଙ୍କ କୃପା ଲାଭ ମିଳିଥାଏ ।
ଅଧିକ ପଢନ୍ତୁ :ଆଜି ହେଉଛି ପବିତ୍ର ଦୀପାବଳୀ