ଶୈବପୀଠମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ
Khabar Odisha:Ganja-banned-in-Shiva-shrines-in-Odisha
ଖବର ଓଡିଶା : 23/05/2023

ଏଣିକି ଶୈବପୀଠରେ ବ୍ୟବହାର କରିହେବନି ଗଞ୍ଜେଇ । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ ଗଞ୍ଜେଇ ବ୍ୟବହାର କରାଯାଉଥିଲା ।

ସୂଚନା ଅନୁସାରେ, ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ l ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ତେବେ ଏହାକୁ ନେଇ ମିଶ୍ରପ୍ରତିକ୍ରିୟା  ପ୍ରକାଶ ପାଇଛି। କେହି କେହି ଏହାକୁ ସ୍ୱାଗତ କରୁଥିବା ବେଳେ ଆଉ କେହି ଏହା ଶହଶହ ବର୍ଷର  ପରମ୍ପରା ଉପରେ କୁଠାର ଘାତ ବୋଲି କହିଛନ୍ତି। 

Subscribe

National International State Sports Entertainment