ଅନ୍ତ ହେଲା ଦ୍ୱନ୍ଦ : ରଥ ଯାତ୍ରାରେ ଛେରା ପହଁରା କରିବେ ଗଜପତି ମହାରାଜ
Khabar Odisha:Gajapati-Maharaj-will-do-Chhera-Pahanra-Rituals-in-RathYatra

ପୁରୀ, ଜୁଲାଇ ୬ (ଖବର ଓଡ଼ିଶା): ସବୁ ଦ୍ୱନ୍ଦର ଅବସାନ ଘଟିଛି । ମହାପ୍ରଭୁଙ୍କ ଘୋଷଯାତ୍ରାରେ ଗଜପତି ମହାରାଜ ହିଁ ଛେରା ପହଁରା ନୀତି କରିବେ ବୋଲି ଗଜପତି ମହାରାଜ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ କରୋନା ସଂକ୍ରମଣ ଦର୍ଶାଇ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଗଜପତି ମହାରାଜ ଛେତାପହଁରା ନୀତି କରିନଥିଲେ ତାଙ୍କ ବଦଳରେ ଗଜପତି ଙ୍କ ପ୍ରତିନିଧି ଭାବରେ ମୁଦିରସ୍ଥ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା ନୀତି ସମ୍ପନ କରିଥିଲେ । ଏହା ପର ଠାରୁ ଦ୍ୱନ୍ଦ ବଢଇଥିଲା କି ରଥ ଯାତ୍ରାରେ ଗଜପତି ମହାରାଜ ଛେରା ପହଁରା କରିବେ ନା ନାହିଁ ।

ତେବେ ଆଜି ଗଜପତି ମହାରାଜଙ୍କ ପାର୍ଯ୍ୟାଳୟ ପକ୍ଷରୁ ଣଥ ଯାତ୍ରାରେ ଛେରା ପହଁରା ନୀତି ନେଇ ସୂଚନା ଦିଆଯାଇଛି । ସବୁ ଥର ଭଳି ଏବର୍ଷ ବି ଗଜପତି ମହାରାଜ ଦିବ୍ୟସିଂହ ଦେବ ହିଁ ରଥା ଯାତ୍ରାରେ ଛେରା ପହଁରା ନୀତି ସମ୍ପନ୍ନ କରିବେ।

ଅନ୍ୟପଟେ ରାଜ୍ୟରେ ପୁରୀକୁ ଛାଡି ଅନ୍ୟ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ ନିଷ୍ପତିକୁ ଗଜପତି ମହାରାଜ ସ୍ୱାଗତ କରିଥିବା ବେଳେ ରଥ ଯାତ୍ରାକୁ ଗଜପତି ମହାରାଜ ମୁଖ୍ୟ ସ୍ଥାନ ଦେଇଛନ୍ତି ବୋଲି କହିଛନ୍ତି ଓ ଏହା ଆମ ପାଇଁ ଗର୍ବର ବିଷୟ ହୋଇଥିବାରୁ ସେ ନିଜେ ହିଁ ଛେରା ପହଁରା କରିବେ ବୋଲି ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment