ଆଜି ପ୍ରଥମାଷ୍ଟମୀ, ପଢୁଆଁ ହେବେ ମହାପ୍ରଭୁ
Khabar Odisha:Art-and-culture-Prathamastami-in-puri-jagannath-temple
ପୁରୀ, ନଭେମ୍ବର ୨୦(ଖବର ଓଡ଼ିଶା):

 ଆଜି ପ୍ରଥମାଷ୍ଟମୀ । ପଢୁଆଁ ହେବେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର । ସେଥିପାଇଁ ଶ୍ରୀମନ୍ଦିରରରେ ସ୍ୱତନ୍ତ୍ର ରୀତିନୀତି ମଧ୍ୟ କରାଯାଉଛି । ମାମୁଁ ଘର ମାନବାନନ୍ଦ ମନ୍ଦିରରୁ ଭଣଜା ନିକଟକୁ ପଢୁଆଁ ଭାର ପଠାଯାଇଛି । 

ପ୍ରଥମାଷ୍ଟମୀରେ ବିଧି ରହିଛି ମାମୁଁ ଘରୁ ପଢୁଆଁ ଭାର ଆସେ । ତେଣୁ ଅରୁଆ ଚାଉଳ, ବିରି, ଖଣ୍ଡୁଆ ପାଟ, ନଡ଼ିଆ ଓ ତୁଳସୀ ଆଦି ନିଆଳିସ୍ଥିତ ମାମୁଁ ଘର ମାନବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁୁ ପଢୁଆଁ ଭାର ଆସିଛି । ପଢୁଆଁ ଭାର ପଠାଯିବା ବେଳେ ଘଣ୍ଟ, ଶଙ୍ଖ, ମୃଦଙ୍ଗ,ଭଜନ ଓ ନୃତ୍ୟରେ ଉଚ୍ଛୁଳ ପଡ଼ିଛିି ମାମୁଁ ଘର ଠାରୁ ବଡ଼ଦାଣ୍ଡ ଯାଏଁ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ମାମୁଁ ଘର ତରଫରୁ ଆସିଛି ନୂଆ ବସ୍ତ୍ର । 

ପୂର୍ବରୁ ପ୍ରଥମାଷ୍ଟମୀରରେ ମାମୁଁ ଘର ତରଫରୁ ଶ୍ରୀମନ୍ଦିରକୁ ପଢୁଆଁ ଭାର ଆସୁଥିଲା । ମଝିରେ କିିଛି ଦିନ ଏହା ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ପରମ୍ପରାକୁ ଉଜ୍ଜିବୀତ କରଯାଇଛି । ସେହିପରି ପ୍ରତ୍ୟେକ ଘରେ ମଧ୍ୟ ପ୍ରଥମାଷ୍ଟମୀ ପାଇଁ ମାମୁଁ ଘରୁ ନୂଆ ବସ୍ତ୍ର ଆସେ ଓ ପିଲାଙ୍କୁ ଖିରି, ପିଠା କରି ପୂଜା କରାଯିବା ବିଧି ରହିଛି ।

  • Tags:

Subscribe

National International State Sports Entertainment