ସରିଲା ବାହୁଡ଼ା: ସିଂହଦ୍ଵାର ନିକଟରେ ବିରାଜମାନ ୩ ରଥ, ଆସନ୍ତାକାଲି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ
Khabar Odisha:All-rituals-of-bahuda-over
ଭୁବନେଶ୍ୱର, ଜୁଲାଇ ୧ ( ଖବର ଓଡ଼ିଶା):

 ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡି ଆସିଛନ୍ତି ଶ୍ରୀମନ୍ଦିର। ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିରାଜମାନ ହୋଇଛି। 

ଆଜି ଅପରାହ୍ନ ୪ଟା ୩୫ ସୁଦ୍ଧା ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି। ୩ ରଥ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଁଚିବା ପରେ ବାହୁଡ଼ା ଯାତ୍ରା ଶେଷ ହୋଇଛି । ସିଂହଦ୍ବାରରେ ପହଞ୍ଚିବା ପୂର୍ବରୁ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ତେବେ କୋଭିଡ-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଶ୍ରୀଜିଉମାନଙ୍କର ରଥ ଉପରେ ସୁନାବେଶ କରାଯିବ। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। 

ଶ୍ରୀଜିଉଙ୍କର ରଥ ଉପରେ ସୁନାବେଶ ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ରହିବ। ଶୁକ୍ରବାର ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ୪ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ରତ୍ନବେଦୀକୁ ବିଜେ କରିବେ।

  • Tags:

Subscribe

National International State Sports Entertainment