ଜାତୀୟ ଚଳଚିତ୍ର ସମ୍ନାନରେ ସମ୍ମାନୀତ ହେଲା ୩ଟି ଓଡ଼ିଆ ସିନେମା, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Khabar Odisha:

ଭୁବନେଶ୍ୱର, ମାର୍ଚ୍ଚ ୨୩ (ଖବର ଓଡ଼ିଶା): ସୋମବାର ନୂଆଦିଲ୍ଲୀରେ ୬୭ତ୍ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶଳାୟ ଦ୍ୱାରା ଗତକାଲି ୨୦୧୯ ମସିହାର ଚଳଚିତ୍ର ଗୁଡିକ ପାଇଁ ପୁରସ୍କାର ଘୋଷଣା କରାଯାଇଛି ।

ଏହି ସମାରୋହରେ ୩ ଟି ଓଡ଼ିଆ ଚଳଚିତ୍ରକୁ ସମ୍ମାନୀତ କରାଯାଇଛି । ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ଭାବରେ ‘ଶଲା ବୁଢାର ବଦଲା’, ‘କାଲିର ଅତୀତ’ ଓ ଶ୍ରେଷ୍ଠ କଳା-ସାଂସ୍କୃତିକ ଭାବରେ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଚଳଚିତ୍ରକୁ ସମ୍ମାନୀତ କରାଯାଇଛି । ୬୭ ତ୍ତମ ଜାତୀୟ ଚଳଚିତ୍ର ସମ୍ମାନରେ ୩ଟି ଓଡ଼ିଆ ସିନେମା ଯୋଗ୍ୟ ବିବେଚିତ ହେବା ସମଗ୍ର ଓଡ଼ିଆ ପାଇଁ ଏକ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

Odia Movie Database - A Collate of Odia Cinema: Sala Budhar Badla

ଚଳଚିତ୍ର ‘କାଲିର ଅତୀତ’ ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ‘ଶ୍ରୀକ୍ଷେତ୍ରରୁ ସାହିଯାତ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ଏବଂ ‘ଶଲା ବୁଢାର ବଦଲା’ ର ନିର୍ଦ୍ଦେଶକ ଡଃ. ସବ୍ୟସାଚୀ ମହାପାତ୍ର ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment