ଆଜି ପଣା ସଂକ୍ରାନ୍ତି, କରୋନା ପାଇଁ ଖୋର୍ଦ୍ଧାର ୭ ଟି ମନ୍ଦିରରେ ୧୪୪ ଧାରା ଲାଗୁ
Khabar Odisha:144-act-in-7-temples-khurda
ଭୁବନେଶ୍ୱର, ଏପ୍ରିଲ 13( ଖବର ଓଡ଼ିଶା):


ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜି ବିଭିନ୍ନ ମନ୍ଦିରରେ ଲୋକ ସମାଗମ ହେଇଥାନ୍ତା । କିନ୍ତୁ କରୋନା ସଂକ୍ରମଣ ରୋକିବାକୁ ସଚେତନତା । କଟକଣା ବଢାଇଲେ ଖୋର୍ଦ୍ଧା ଜିଲ୍ଲପାଳ ।

ପଣା ସଂକ୍ରାନ୍ତିରେ ୭ଟି ମନ୍ଦିର ପରିସରରେ ୧୪୪ ଧାରା ଲଗାଇଛି ଖୋର୍ଦ୍ଧା ପ୍ରଶାସନ। ଗୁରୁଜଙ୍ଗ ଧବଳେଶ୍ୱର ମନ୍ଦିର, ଲୋକେଶ୍ୱରପୁରର ଲୋକେଶ୍ୱର ମନ୍ଦିର, ସାମନ୍ତରାପୁର ସ୍ବପ୍ନେଶ୍ୱର ମନ୍ଦିର ,ପଲଟନ ପଡ଼ଇା , ରାଧାବଲ୍ଲଭ ମଠ, ଚନ୍ଦ୍ରଶେଖର ମନ୍ଦିର, ଗଡ଼ ଖୋର୍ଦ୍ଧା ରାମ ମନ୍ଦିର ଓ କୁମାରବସ୍ତ ରାମମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। ସାଧାରଣତଃ ପଣା ସଂକ୍ରାନ୍ତିରେ ଏସବୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମୁଥିବାରୁ ଓ କରୋନା ସ୍ଥିତିକୁ ଭିଡ଼ ଓ କରୋନା ସଂକ୍ରମଣ  ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜିଠାରୁ ଆସନ୍ତାକାଲି ଯାଏ ଏହି ସବୁ ମନ୍ଦିର ପରିସରରେ ୧୪୪ ଧାରା ବଳବତ୍ତର ରହିବ।

  • Tags:

Subscribe

National International State Sports Entertainment