ଜାମ୍ମୁ କାଶ୍ମୀର: କୁପୱାରାରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍‌ରେ ତିନି ଯବାନ ସହିଦ୍‌
Khabar Odisha:Jammu-and-Kashmir-Three-Javanese-killed-in-anti-terrorism-search-operation-in-Kupwara
ଶ୍ରୀନଗର,ନଭେମ୍ବର ୦୮ (ଖବର ଓଡ଼ିଶା):

ଆତଙ୍କବାଦୀଙ୍କ ବିରୋଧରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀର କାର୍ଯ୍ୟନୁଷ୍ଠାନ ଚାଲିଛି। ଯାହାଫଳରେ ଆତଙ୍କବାଦୀଙ୍କୁୂ ସଠିକ୍ ଜବାବ୍ ଦିଆଯାଇପାରିବ । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କିରଣ ସେକ୍ଟରରେ ଏଲଓସି ନିକଟରେ ହୋଇଥିବା ଅପରେସନରେ ସୁରକ୍ଷା ବାହିନୀର ତିନିଜଣ ସୌନିକ ସହିଦ୍ ହୋଇଛନ୍ତି । ଏହି ଅପରେସନରେ ଦୁଇ ସେନା ଏବଂ ଜଣେ ବିଏସଏଫ ସହିଦ ହୋଇଛନ୍ତି । 

ମେସିଲ୍ ସେକ୍ଟରରେ ଅପରେସନ୍ ସମୟରେ କନଷ୍ଟେବଳ ସୁଦୀପ ସାର୍କ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନରେ ଭାରତୀୟ ସେନା ମଧ୍ୟ ଜଡିତ ଅଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଅପରେସନ ଜାରି ରହିଛି ବୋଲି ସୀମା ସୁରକ୍ଷା ବଳ (ବିଏସଏଫ) ଅଧିକାରୀ କହିଛନ୍ତି।ବାସ୍ତବରେ ଶନିବାର ରାତିରେ ମାକିଲ ସେକ୍ଟରରେ ପାଟ୍ରୋଲିଂ ବେଳେ ଏଲଓସି ପାଖାପାଖା ଅଚଂଳରେ ସନ୍ଦେହଜନକ କାର‌୍ୟ୍ୟକଳାପ ଦେଖାଯାଇଥିଲା ଯାହାଫଳରେ ଜଣାପଡ଼ିଥିଲା ଯେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

  • Tags:

Subscribe

National International State Sports Entertainment