Home >
ସୁପ୍ରିମକୋର୍ଟଙ୍କ ପରାମର୍ଶ ମାନିଲେ ଆପଣଙ୍କୁ ଦେବାକୁ ପଡ଼ିବ ବିବାହ ଖର୍ଚ୍ଚର ସମସ୍ତ ବିବରଣୀ
Khabar Odisha:supreme-court-asks-govt-to-make-it-compulsory-to-disclose-wedding-expenditure
ନୂଆଦିଲ୍ଲୀ,ଜୁଲାଇ୧୨(ଖବର ଓଡ଼ିଶା):

ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ ବିବାହରେ ହେଉଥିବା ଖର୍ଚ୍ଚର ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଉ। ଯଦି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ପରାମର୍ଶ ମାନି ନିଅନ୍ତି ତେବେ ଆପଣଙ୍କୁ ନିଜ ଘରେ ହେବାକୁ ଥିବା ବିବାହ ଖର୍ଚ୍ଚର ପୁରା ବିବରଣୀ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡ଼ିପାରେ। 

କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ କୋର୍ଟ କହିଛନ୍ତି ଯେ ସରକାରଙ୍କ ବର୍ତ୍ତମାନର ନିୟମ କାନୁନରେ ଜରୁରୀ ପରିବର୍ତ୍ତନ ଉପରେ ବିଚାର କରାଯିବ ଉଚିତ୍। ଯଦ୍ଵାରା ବର-ବଧୂ ଉଭୟ ପକ୍ଷର ଲୋକ ବିବାହରେ ହେବାକୁ ଥିବା ଖର୍ଚ୍ଚର ହିସାବ ସମ୍ବନ୍ଧିତ ମ୍ୟାରେଜ୍ ଅଧିକାରୀଙ୍କୁ ଲିଖିତ ରୂପେ ଦେଇ ପାରିବେ। କୋର୍ଟଙ୍କ ମୁତାବକ ବର ଓ ବଧୂ ଉଭୟ ପକ୍ଷକୁ ବିବାହ ସହିତ ଜଡ଼ିତ ସମ୍ବନ୍ଧିତ ଖର୍ଚ୍ଚକୁ ମ୍ୟାରେଜ୍ ଅଫିସରକୁ ଦେବାକୁ ବାଧ୍ୟତାମୂଳକ କରିଦେବା ଉଚିତ୍। 

ଯୌତୁକ ପରି କୁପ୍ରଥା ଉପରେ ଲାଗିବ ଲଗାମ

ସୁପ୍ରିମକୋର୍ଟଙ୍କ କହିବା କଥା ଯଦି ଏମିତି  କାନୁନକୁ କାର୍ୟ୍ୟକାରୀ କରାଯାଏ ତେବେ ଗୋଟିଏ ପଟେ ଯୌତୁକ ପରି କୁପ୍ରଥା ଉପରେ ଲଗାମ ଲଗାଯାଇ ପାରିବ ଏବଂ ଅନ୍ୟ ପଟେ ଯୌତୁକ ଉତ୍ପୀଡନର ମିଥ୍ୟା ମୋକଦ୍ଦମା ଦାୟର କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଯାଇ ପାରିବ। 

କୋର୍ଟ କହିଛନ୍ତି ଯେ ବିବାହରେ ହେବାକୁ ଥିବା ଖର୍ଚ୍ଚର ଏକ ଅଂଶ ବଧୂର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇ ପାରେ। ଭବିଷ୍ୟତରେ ଜରୁରୀ ସମୟରେ ଏହାର ବ୍ୟବହାର କରାଯାଇପାରିବ। ଅଦାଲତ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ୍ ଦେଇଛନ୍ତି। 

କୋର୍ଟ କହିଛନ୍ତି ଯେ ସରକାର ନିଜର ଲ ଅଫିସର ଜରିଆରେ ଏହି  ପ୍ରସଙ୍ଗ ଉପରେ ନିଜର ବିଚାର ବିଷୟରେ ଅଦାଲତକୁ ଅବଗତ କରାନ୍ତୁ। ଅଦାଲତ ଆଡିସିନାଲ ସଲିସିଟର ଜେନେରାଲ ପିଏସ ନରସିଂହାଙ୍କୁ ନିବେଦନ କରିଛନ୍ତି ଯେ ସେ କୋର୍ଟକୁ ଜଣାନ୍ତୁ। 

  • Tags:

Subscribe

National International State Sports Entertainment