Home >
ମହାପ୍ରଭୁଙ୍କ ପାଇଁ ସଶ୍ରଦ୍ଧ ଭକ୍ତି : ରାଉତପଡ଼ାର ବୁଣାକାର ପଠାଇଲେ ଗୀତ ଗୋବିନ୍ଦ ପାଟ
Khabar Odisha:Rout-pada-artisan-prepare-khandua-for-dating-of-puri
ଖୋର୍ଦ୍ଧା, ଜୁଲାଇ ୧୨(ଖବର ଓଡ଼ିଶା) :

 ବେଗୁନିଆ ବ୍ଲକ ରାଉତପଡ଼ାର ବୁଣାକାରମାନେ ପୁରୁଷୋତ୍ତମର ଚତୁର୍ଦ୍ଦାମୂର୍ତ୍ତିଙ୍କୁ ସଶ୍ରଦ୍ଧ ଭକ୍ତି ପୂର୍ବକ ପ୍ରସ୍ତୁତ କରିଥିବା ଗୀତ ଗୋବିନ୍ଦ ପାଟ ସମର୍ପଣ କରିଛନ୍ତି ।

ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ବୁଣାକାରମାନେ ଚେହେଲିପାଟ, ବଡ଼ ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟ ସାତବାର ପାଇଁ ୭ ରଙ୍ଗର ଖଣ୍ଡୁଆ ପାଟ, ୨ ପ୍ରକାରର ସୂତା ତିଆରି ଘୋଡ଼ଣୀ, ୩୫ ପ୍ରକାରର ଲୁଗା ପଠାଇଛନ୍ତି । ଏହି ସବୁ ଲୁଗା ଦେବସ୍ନାନ ପୂର୍ଣ୍ଣିମୀର ସପ୍ତାହେ ପୂର୍ବରୁ ରାଉତପଡ଼ାରୁ ପୁରୀ ଯାଇଛି । ଗୁପ୍ତ ସେବା ପାଇଁ ୨ ହାତ ଓସାର ୪୦ ଗଜ ଲମ୍ବ ନାଲି, ୨ ହାତ ଓସାର ୧୪ ଗଜ ଲମ୍ବ ସବୁଜ ରଙ୍ଗ ଓ ୨ ହାତ ଓସାର ୨୦ ଗଜ ଲମ୍ବ ହଳଦିଆ ରଙ୍ଗର ବସ୍ତ୍ର ଗୁପ୍ତ ସେବା ପାଇଁ ପ୍ରସ୍ତୁତ କରି ପଠାଯାଇଥିଲା । ଦୁଇଟି ପୃଥକ ପୃଥକ ଶ୍ଲୋକକୁ ସୂତାରେ ଲିପିବଦ୍ଧ ପୂର୍ବକ ପ୍ରସ୍ତୁତ ବଡ଼ ସିଂହାରର ଖଣ୍ଡୁଆପାଟ ପ୍ରସ୍ତୁତ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି ରାଉତପଡ଼ାର ବୁଣାକାର ।

ବୁଣାକାରମାନେ ମହାପ୍ରଭୁଙ୍କ ପାଇଁ ରବିବାର ଲାଲ , ସୋମବାର ଧଳା, ମଙ୍ଗଳବାର ବାରପାଟିଆ, ବୁଧବାର ନେଳି, ଗୁରୁବାର ହଳଦିଆ ଶୁକ୍ରବାର ଧଳାଛିଟ ଓ ଶନିବାର କଳାରଙ୍ଗର ପାଟ ପଠାଇଛନ୍ତି । ଚତୁର୍ଦ୍ଦାମୂର୍ତ୍ତିଙ୍କ ପାଇଁ ଆବଶ୍ୟକୀୟ ଲୁଗା ପଟା ବୁଣି ଯୋଗାଇ ଦେବାକୁ ରାଉତପଡ଼ା ବୁଣାକାରମାନଙ୍କ ଖଞ୍ଜା ବ୍ୟବସ୍ଥା ବହୁ ବର୍ଷ ଧରି ରହିଛି । ଏଥିରେ ଗ୍ରାମର ୨୫୦ ପରିବାର ନିୟୋଜିତ ଥିବା ଜଣାଯାଇଛି । 

  • Tags:

Subscribe

National International State Sports Entertainment