Home >
ୟୁପିରେ ଦୁଇ ବଡ ସଡକ ଦୁର୍ଘଟଣାରେ ୮ ମୃତ, ୫୭ ଆହତ
Khabar Odisha:Road-Accident-In-Sambhal-8-Dead-And-14-Injured
ନୂଆଦିଲ୍ଲୀ, ନଭେମ୍ବର ୯, (ଖବର ଓଡିଶା)

ଉତର ପ୍ରଦେଶରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ରୁ ଅଧିକ  ଆହତ ହୋଇଛନ୍ତି । ସମ୍ଭଲରେ ମୁରଦାବାଦରୁ ଆଗ୍ରା ହାଇୱେ ଉପରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ମୁରଦାବାଦ ହସ୍ପିଟାଲରେ ଭର୍ତି କରାଯାଇଛି । 

ମିଳିଥିବା ସୂଚନା ଅନୁଯାୟୀ, ମୁରଦାବାଦ ଆଗ୍ରା ହାଇୱେ ଉପରେ ପ୍ରଥମ ଦୁର୍ଘଟଣା ଘଟିଥିବା ବେଳେ ଦ୍ୱିତୀୟ ଘଟଣାଟି ଆଗ୍ରା- ଲଖନଉ ଏକ୍ସପ୍ରେସ ୱେରେ କନ୍ନୌଜର ତେରଭା ନିକଟରେ ଘଟିଛି । ଏଠାରେ ଏକ ଟୁରିଷ୍ଟ ବସ ନିୟନ୍ତ୍ରଣ ହରାଇ ହଠାତ୍ ଓଲଟି ପଡିଥିଲା । ବସରେ ଯାତ୍ରା କରୁଥିବା ପ୍ରାୟ ୪୩ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସିଓ  ଏସଡିଏମ ପହଂଚି ଆହତମାନଙ୍କୁ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତି କରାଇଛନ୍ତି । ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ତାଙ୍କୁ କାନପୁର ସ୍ଥାନାନ୍ତରିତ କରିଛନ୍ତି । ହରିୟାଣାର ବାହାଦୁର ଗଡରୁ ଟୁରିଷ୍ଟ ବସଟି ୫୦ରୁ ୬୦ ଲୋକଙ୍କୁ ନେଇ ବିହାର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । 

Subscribe

National International State Sports Entertainment