Home >
ଧରା ପଡ଼ିଲା କପିଲ ସିବ୍ବଲଙ୍କ ଦୋମୁହାଁ ନୀତି- ଟ୍ଵିଟରେ ଅମ୍ବାନୀଙ୍କୁ ଗାଳି, ଅଦାଲତରେ ଅମ୍ବାନୀଙ୍କ ଓକିଲ
Khabar Odisha:Politics-odisha-sibal-tweets-against-anil-ambani-but-appears-for-him-in-the-supreme-court
ନୂଆଦିଲ୍ଲୀ, ଫେବୃଆରୀ ୧୨(ଖବର ଓଡ଼ିଶା):

ରିଲାୟନ୍ସ(ଏଡିଏ) ଗ୍ରୁପର ଚେୟାରମ୍ୟାନ ଅନିଲ ଅମ୍ବାନୀ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। ଏରିକ୍ସନ ଇଣ୍ଡିଆ ଦ୍ଵାରା ଦାୟର ଅବମାନନା ଯାଚିକାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କୁ ହାଜର ହେବା ପାଇଁ ତଲବ କରିଥିଲେ। ଏରିକ୍ସନ ଅଭିଯୋଗ କରିଛି ଯେ, ଅନିଲ ଅମ୍ବାନୀ ରିଲାୟନ୍ସ  ଜିଓକୁ ସଂପତ୍ତି ବିକ୍ରି କରିବା ପରେ କମ୍ପାନୀର ୫୫୦ କୋଟି ଟଙ୍କା ପୈଠ କରି ନାହାନ୍ତି।  ଏହି ମାମଲାରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ଅମ୍ଵାନୀଙ୍କ ପକ୍ଷରୁ ଅଦାଲତରେ କେସ୍ ଲଢୁଛନ୍ତି। 

ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଯେ ଅଦାଲତରେ  ଅନିଲ ଅମ୍ବାନୀଙ୍କ ପାଇଁ କେସ୍ ଲଢୁଥିବା କପିଲ ସିବ୍ବଲ ଆଜି ହିଁ ଟ୍ଵିଟରରେ ତାଙ୍କ ଉପରେ ନିଶାଣ କରିଛନ୍ତି। 

ନିଜର ଟ୍ଵିଟରେ ଅନିଲ ଅମ୍ବାନୀଙ୍କ ଓକିଲ କପିଲ ସିବ୍ବଲ ଅନିଲଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ,  ଏମିତି ଲାଗୁଛି ଯେ ଏୟାରବେସ୍, ଫ୍ରାନ୍ସ ସରକାର ଓ ଅନିଲ ଅମ୍ବାନୀଙ୍କୁ ପ୍ରଥମରୁ ଜଣା ଥିଲା ଯେ, ପ୍ରଧାନମନ୍ତ୍ରୀ ନିଜର ଫ୍ରାନ୍ସ ଯାତ୍ରା ସମୟରେ ରାଫେଲକୁ ନେଇ ଏମଓୟୁ ସ୍ଵାକ୍ଷରିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୫ ଏପ୍ରିଲ ୯ ରୁ ୧୧ ମଧ୍ୟର ଫ୍ରାନ୍ସ ଗସ୍ତ କରିଥିଲେ। ଏହି ସମୟରେ ରାଫେଲ ଡିଲକୁ ନେଇ ଏମଓୟୁ ସ୍ଵାକ୍ଷରିତ ହୋଇଥିଲା। 

କପିଲ ସିବ୍ବଲଙ୍କ ଏହି ଦୋମୁହାଁନୀତିକୁ ସାମାଜିକ ଗଣମାଧ୍ୟମରେ ଲୋକେ କଠୋର ସମାଲୋଚନା କରିଛନ୍ତି। ଲୋକେ କହିଛନ୍ତି ଯେ,  ଗୋଟିଏ ଦିନରେ ଅନିଲ ଅମ୍ବାନୀଙ୍କ ପକ୍ଷରେ କେସ୍ ଲଢିବା ପାଇଁ ଓକିଲ ଭାବେ କୋର୍ଟରେ ହାଜର ହୋଇ ଯାଉଛନ୍ତି ଏବଂ ଅନ୍ୟ ପଟେ ଅନିଲ ଅମ୍ବାନୀଙ୍କ ବିରୋଧରେ ଟ୍ଵିଟ୍ କରୁଛନ୍ତି। 

ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧୀ ମଧ୍ୟ ଅନିଲ ଅମ୍ବାନୀ ଓ ପିଏମ ମୋଦୀଙ୍କ ଘନିଷ୍ଠତାକୁ ନେଇ ପ୍ରଶ୍ନ ଉଠାଇଛି। ମାତ୍ର ଏହି ସବୁ ଦେଖିବା ପରେ ଦୃଶ୍ୟ ଆଉ କିଛି ନଜର ଆସୁଛି। ପିଏମ ମୋଦୀଙ୍କ ପରିବର୍ତ୍ତେ କଂଗ୍ରେସ ନେତାଙ୍କ ସହ ଅନିଲ ଅମ୍ବାନୀଙ୍କ ଘନିଷ୍ଠତା ସାମ୍ନାକୁ ଆସିଛି। 

  • Tags:

Subscribe

National International State Sports Entertainment