Home >
ବହୁରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସରେ ଭାରତ ଓ ପାକିସ୍ତାନ ସେନା ଏକକାଳୀନ କରିବେ ପ୍ରଦର୍ଶନ
Khabar Odisha:India-Pakistan-exposes-their-war-fare-in-Russia

ନୂଆଦିଲ୍ଲୀ, ଜୁଲାଇ ୧୨ (ଖବର ଓଡ଼ିଶା): ସୀମା ବିବାଦକୁ ନେଇ ଜମ୍ମୁ କଶ୍ମୀରରେ ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ଷର ଅଧିକାଂଶ ସମୟ ଉତ୍ତେଜନା ରହୁଥିବା ବେଳେ ଆଗାମୀ ଦିନରେ ଉଭୟ ଦେଶର ସେନା ଏକକାଳୀନ ଯୁଦ୍ଧାଭ୍ୟାସ କରିବେ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ଅଗଷ୍ଟ ଶେଷ ଅଥବା ସେପଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇପାରେ । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଏହି ଯୁଦ୍ଧାଭ୍ୟାସ ରୁଷିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଯୁଦ୍ଧାଭ୍ୟାସ ସମୟରେ ଭାରତୀୟ ସେନାମାନେ ନିଜର ବଳିଷ୍ଠତାକୁ ପ୍ରମାଣିତ କରିବେ । 

ଭାରତୀୟ ଓ ପାକିସ୍ତାନୀ ସେନା ରୁଷିଆରେ ଯୁଦ୍ଧାଭ୍ୟାସ କରିବା ଏହା ହେବ ପ୍ରଥମ ଘଟଣା । ବହୁରାଷ୍ଟ୍ରୀୟ ସେନାର ଯୁଦ୍ଧାଭ୍ୟାସରେ ପରସ୍ପର ବିରୋଧୀ ୨ଟି ରାଷ୍ଟ୍ରର ଯୋଦ୍ଧାକୁ ଏକତ୍ର ଦେଖାଯିବା ବିରଳ ମୂହୁର୍ତ୍ତ ରହିବ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ଆହୁରି ଅନେକ ରାଷ୍ଟ୍ର ଭାଗ ନେବେ । ସାଙ୍ଘାଇ କୋ-ଅପରେସନ ସଂଗଠନର ପ୍ରତକ୍ଷ୍ୟ ତତ୍ୱାବଧାନରେ ବହୁରାଷ୍ଟ୍ରୀୟ ସେନା ଅଭ୍ୟାସର ଆୟୋଜନ କରାଯାଉଛି । 

ସେନାର ବଳ ମାମଲାରେ ଭାରତ ବିଶ୍ୱର ୪ର୍ଥ ସ୍ଥାନରେ ଅଛି । ପଡୋଶୀ ଚୀନ ଏହି ମାମଲରେ ଭାରତଠାରୁ ଆଗରେ ରହିଛି କିନ୍ତୁ ପାକିସ୍ତାନ ୧୭ ନମ୍ବରରେ ରହିଛି । ପାକିସ୍ତାନ ଗତ ବର୍ଷ ୧୩ ନମ୍ବରରେ ଥିଲା । ପାକିସ୍ତାନ ପୂର୍ବରୁ ଭାରତ ଠାରୁ ୯ଟି ସ୍ଥାଳ ତଳେ ଥିଲା । ଏବେ ୧୩ଟି ସ୍ଥାନରେ ପଛରେ ରହିଛି । 

ଗ୍ଲୋବାଲ ଫାୟାର ପାୱାର ରିପୋର୍ଟ ଅନୁସାରେ ପଡ଼ୋଶୀ ଚୀନ ୩ୟ ସ୍ଥାନରେ ଥିବା ବେଳେ ନେପାଳ ୧୦୧, ଭୁଟାନ ୧୩୬ ଓ ବାଲାଂଦେଶ ୫୬ ନମ୍ବରରେ ରହିଛି । ସଂସ୍ଥା ପକ୍ଷରୁ ୧୩୬ଟି ଦେଶର ସେନାର ବଳକୁ ଆକଳନ କରାଯାଇଥିଲା । ଏତିରେ ଦେଶର ଭୌଗଳିକ ସ୍ଥିତି, ଯୁଦ୍ଧାସ୍ତ୍ର ଆଦିକୁ ସାମିଲ କରାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ଆମେରିକା ପାଖରେ ବିମାନ, ରୁଷିଆ ପାଖରେ ଟ୍ୟାଙ୍କ ଓ ଉତ୍ତର କୋରିଆ ପାଖରେ ଯୁଦ୍ଧପୋତ ସବୁଠାରୁ ଅଧିକ ଅଛି ।


ଭାରତ ବନାମ ପାକିସ୍ତାନ

ରାଙ୍କ: ୪ ବନାମ ୧୭

ସେନା: ୧୩.୬ ଲକ୍ଷ ବନାମ ୬.୪ ଲକ୍ଷ

ଟ୍ୟାଙ୍କର: ୪୪୨୬ ବନାମ ୨୧୮୨

ବିମାନ: ୨୧୮୫ ବନାମ ୧୨୮୧

 

 

  • Tags:

Subscribe

National International State Sports Entertainment