କ୍ଷୀର ଉପ୍ତାଦନରେ ଓଡିଶା ରାଜସ୍ଥାନ ଭଳି ମରୁଭୂମି ରାଜ୍ୟଠାରୁ ବି ପଛରେ : ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ
Khabar Odisha:Odisha-Economic-Survey-Report-Milk-Production

 ୨୦୧୦-୧୧ ବର୍ଷ ତୁଳନାରେ ଓଡିଶାର କ୍ଷୀର ଉପ୍ତାଦନ ୨୦୧୪-୧୫ରେ ୨୩୨ ହଜାର ମେଟ୍ରିକ ଟନ ବଢିଛି । ହେଲେ ଦେଶର ଅନ୍ୟଭାଗରେ କ୍ଷୀର ଉପ୍ତାଦନ ଏହି ସମୟରେ ଯେତିକି ବଢିଛି ସେହି ତୁଳନାରେ ଓଡିଶାରେ ଏହା ସେତେ ବଢିନି । କ୍ଷୀର ଉପ୍ତାଦନରେ ଓଡିଶା ଦେଶର ଅନ୍ୟ ରାଜ୍ୟ ଯେପରିକି ଆନ୍ଧ୍ର ପ୍ରଦେଶ, ବିିହାର, ଗୁଜୁରାଟ, ହରିୟାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଂଜାବ, ରାଜସ୍ଥାନ ଆଦି ରାଜ୍ୟ ଠାରୁ କମ ରହିଛି । ଦେଶର ସମୁଦାୟ କ୍ଷୀର ଉପ୍ତାଦନର ମାତ୍ର ୧.୩% ଓଡିଶାରୁ ଉପ୍ତାଦନ ହେଉଛି ଯେଉଁଠି ଦେଶର ଜନସଂଖ୍ୟାର ୩.୪୭% ଲୋକ ଓଡିଶାରେ ରୁହନ୍ତି ।

ପ୍ରକାଶ ପାଇଛି ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୧୪% ବୋଲି ଆକଳନ କରିଯାଇଛି ଏହି ରିପୋର୍ଟରେ । ଦେଶର ଜାତୀୟ ଅଭିବୃଦ୍ଧି ହାର ୬.୫% ଥିବା ବେଳେ ଓଡିଶାର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ବୋଲି ଦର୍ଶାଯାଇଛି ।

୨୦୧୫-୧୬ରେ ଅଭିବୃଦ୍ଧି ହାର ୭.୯୪ ଥିବା ବେଳେ ୨୦୧୬-୧୭ରେ ଏହା କମି ୭.୧୪%କୁ ଆସିଯାଇଛି ।

ସେବା କ୍ଷେତ୍ରର ଅବଦାନ ରାଜ୍ୟର ଅର୍ଥନୀତି ପ୍ରତି ୪୫.୨୫% ଥିବା ବେଳେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ମାତ୍ର ୧୯.୯୮% ଅଛି । ରାଜ୍ୟର ୬୨% ଲୋକ ସିଧାସଳଖ ଭାବେ ଚାଷୀ ହୋଇଥିବା ବେଳେ ରାଜ୍ୟର ଅର୍ଥନୀତିକୁ ମାତ୍ର ୧୯.୯୮% ଅବଦାନ ପୁଣି ଥରେ ଚାଷିର ଦୁର୍ବଳ ଆର୍ଥନୈତିକ ସ୍ଥିତିକୁ ଦର୍ଶାଇଛି । ଶିଳ୍ପ କ୍ଷେତ୍ରର ଅବଦାନ ୩୪.୭୭% ଥିବା ବେଳେ ମାନ୍ୟୁଫାକ୍ଚରିଙ୍ଗ କ୍ଷେତ୍ରର ଅବଦାନ ୧୬.୨୩% ଅଛି ।

Subscribe

National International State Sports Entertainment