ଗୋଟିଏ ପଟେ ଭାରତ ସରକାର ଦେଶର ଯୁବଶକ୍ତିଙ୍କ ଜରିଆରେ ଭାରତକୁ ଏକ ବିକଶିତ ଦେଶ କରିବାର ପ୍ରୟାସ ଜାରି ରଖିଥିବାବେଳେ, ଅନ୍ୟ ପଟେ ଭାରତ ବିରୋଧୀ ଦେଶଗୁଡିକ ଭାରତର ଯୁବବର୍ଗଙ୍କୁ ଡ୍ରଗ୍ସ ଜାଲରେ ଛନ୍ଦିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଭାବୁଛନ୍ତି ଯେ ଏହା ଦ୍ୱାରା ଭାରତର ଯୁବ ବର୍ଗ ଆଉ କାମ କରିବା ସ୍ଥିତିରେ ରହିବେ ନାହିଁ । ସେମାନେ ଭାରତରେ ଡ୍ରଗ୍ସ ପହଂଚାଇ ଦେଶର ଯୁବଶକ୍ତିକୁ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଡ୍ରଗ୍ସ ଜାଲରେ ସର୍ବାଧିକ ପଂଜାବ, ଝାଡଖଣ୍ଡ, ମହାରାଷ୍ଚ୍ର, ମଧ୍ୟ ପ୍ରଦେଶ ଓ ପୂର୍ବୋତର ଭାରତର ରାଜ୍ୟ ମାନେ ଫସିଛନ୍ତି । ଏହି ରାଜ୍ୟ ଗୁଡିକ ହେଉଛି ପୀଡିତ ରାଜ୍ୟ । ହେଲେ ଡ୍ରଗ୍ସ ତସ୍କର ମାନେ ବେଆଇନ କାରବାରକୁ ସାରା ଦେଶରେ ପ୍ରସାରିତ କରିବାକୁ ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କୁ ନିଜର ଅଡ୍ଡା କରିଛନ୍ତି । ଏଭଳି ପରିସ୍ଥିତିରେ ଯଦି ଏହି ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସମୁଦ୍ର ପଥରେ ଡ୍ରଗ୍ସକୁ ଭାରତ ମଧ୍ୟରେ ପ୍ରବେଶ କରାଯିବାରେ ରୋକ ଲଗାଇବାରେ ସଫଳ ହେବେ ତେବେ ଯୁବ ପିଢ଼ିଙ୍କୁ ମାଦକ ଦ୍ରବ୍ୟ ପ୍ରଭାବରୁ ରକ୍ଷା କରାଯାଇପାରିବ ।
ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ନିଶା ଓ ମାଦକ ଦ୍ରବ୍ୟ ବିରୁଦ୍ଧରେ ଡ୍ରଗ୍ସ ତସ୍କର ମାନଙ୍କର ନେଟୱର୍କକୁ ଧ୍ୱସ୍ତ କରିବାର ରଣନୀତି ଉପରେ ଦୃତ ଗତିରେ କାମ କରୁଛି । ଯେଉଁ ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କ ଦ୍ୱାରା ଡ୍ରଗ୍ସ ଭାରତରେ ପ୍ରବେଶ କରୁଛି । ସେଥି ମଧ୍ୟରୁ ଗୁଜରାତ, ମହାରାଷ୍ଟ୍ର, ଗୋଆ. କର୍ଣାଟକ, କେରଳ. ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଓଡିଶା, ପଶ୍ଚିମ ବଙ୍ଗ, ପୁଡୁଚେରୀ, ଦାମନ ଡ଼ିଉ, ଅଣ୍ଡାମାନ ନିକୋବର ଓ ଲାକ୍ଷାଦୀପ ଆଦି ସାମିଲ ବୋଲି ଜଣାପଡିଛି ।