ରାଜସ୍ଥାନର କୋଚିଂ ହବ୍ ଭାବେ ପରିଚିତ କୋଟାରେ ଜଣଙ୍କ ପରେ ଜଣେ ଛାତ୍ର ନିଜ ଜୀବନ ହାରୁଛନ୍ତି। କୋଟାରେ ଲଗାତାର ଛାତ୍ରଙ୍କ ମୃତ୍ୟୁହାର ବୃଦ୍ଧି ପାଇବା ଘଟଣା ଏବେ ଚିନ୍ତାର କାରଣ ବଢ଼ାଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ଆଉ ୨ଜଣ ଛାତ୍ର ମୃତ୍ୟୁ ବରଣ କରିଛନ୍ତି। ଉଭୟ ମୃତ ଦୁଇଜଣ ଛାତ୍ରଙ୍କ ବୟସ ୧୮ ବର୍ଷ ବୋଲି ସୂଚନା ମିଳିଛି । ମୃତଛାତ୍ରଙ୍କ ମଧ୍ୟରୁ ଜଣଙ୍କ ନାଁ ଅଭିଷ୍କର କାସଲେ ହୋଇଥିବାବେଳେ ଅନ୍ୟଜଣଙ୍କ ନାଁ ଆଦର୍ଶ ରାଜ୍ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗତ ରାବିବାର ଅପରାହ୍ଣ ୩ଟା ୧୫ ମିନିଟ୍ରେ ଘଟିଥିଲା। ଦୁଇ ଜଣ ଛାତ୍ର ନିଟ ପରୀକ୍ଷା ଦେଇଥିଲେ।ସେମାନେ ପରୀକ୍ଷା ହଲରୁ ବାହାରିବାର ମାତ୍ର କିଛି ସମୟ ପରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ତେବେ ପରୀକ୍ଷାରେ ଭଲ ହୋଇନଥିବାରୁ ମାନସିକ ଭାରସାମ୍ୟ ହରାଇ ୬ ମହଲା ବିଶିଷ୍ଟ କୋଚିଙ୍ଗ ସେଣ୍ଟର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଦୁଇ ଛାତ୍ର । ସେମାନଙ୍କ ମଧ୍ୟରୁ ଜଣେ ହେଲେ ମହାରାଷ୍ଟ୍ରର ଏବଂ ଆଉ ଜଣେ ବିହାରର । ଛାତ୍ର ଆତ୍ମହତ୍ୟା ମାମଲା ବଢୁଥିବାରୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ପାଇଁ କୋଟିଂ ସେଂଟରଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କୌଣସି ବି କୋଚିଂ ସେଂଟର ୨ ମାସ ମଧ୍ୟରେ କିଛି ଟେଷ୍ଟ କରିପାରିବେନି । ଏଥିସହ କୋଚିଂ ଇନଷ୍ଟିଚ୍ୟୁଟର ସବୁ ରୁମର ଫ୍ୟାନରେ ଆତ୍ମହତ୍ୟା ନିରୋଧୀ ଉପକରଣ ଲଗାଇବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୋଟାରେ ଏବେ ସମଗ୍ର ଦେଶରୁ ପ୍ରାୟ ୩ ଲକ୍ଷ ଛାତ୍ର ରହି କୋଚିଂ ନେଉଛନ୍ତି ।