୧୯ବର୍ଷର ଶାସନରେ ଆଜି ବି ଡଙ୍ଗାରେ ଯାତାୟତ କରୁଛନ୍ତି ଦଲକିବାସୀ, ବିକାଶର ମିଛ ଡିଣ୍ଡିମ ପିଟିବାରେ ବ୍ୟସ୍ତ ରାଜ୍ୟ ସରକାର
Khabar Odisha:development-kendujhar-no-transportation
କେନ୍ଦୁଝର, ଜାନୁଆରୀ ୧୩(ଖବର ଓଡିଶା):

ଦୀର୍ଘ ୧୯ ବର୍ଷର ନିରଙ୍କୁଶ ଶାସନ  । ରାଜ୍ୟକୁ ଏକ ନମ୍ବର କରିବାର ପ୍ରତିଶ୍ରୁତି ଦେଇ ବାରମ୍ବାର ଭୋଟ ହାତେଇବାରେ ବ୍ୟସ୍ତ ବିଜୁ ଜନତା ଦଳ । ସେ ପୁଣି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାର ନିଶା । କିନ୍ତୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ କେତେ ତତ୍ପର ତାହା ଏହି ଗୋଟିଏ ଘଟଣାରୁ ସ୍ପଷ୍ଟ ଭାବେ ଜାଣି ହେଉଛି । ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ କେନ୍ଦୁଝରରେ ଆଜି ଯାଏଁ ସାତ ଦରିଆ ପାର ହୋଇ ରହିଛି ବିକାଶ । ଖଣିଖାଦାନରେ ଭରପୁର ଥିବା ତଥା ଏକ ଧନୀ ଜିଲ୍ଲା ଭାବେ ପରିଚିତି ଲାଭ କରିଥିବା କେନ୍ଦୁଝର ପାଇଁ ରାଜ୍ୟ ସରକାରଙ୍କ ଉଦାସୀନତା ବାରମ୍ବାର ପରିଲକ୍ଷିତ ହେଉଛି । ଜିଲ୍ଲାର ହାଟଡିହି ବ୍ଲକରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଯୋଗାଯୋଗ ଏବଂ ଗମନାଗମନର ସୁବିଧା ପାଲଟିଛି ସାତ ସପନ । ଆଜି ମଧ୍ୟ ସେଠାକାର ଲୋକେ ଜଳଭଣ୍ଡାରରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଛନ୍ତି । 

ରାଜ୍ୟ ସରକାର ସର୍ବଦା ପଛୁଆ ଅଂଚଳର ବିକାଶ ପାଇଁ କଥା ଡେଙ୍ଗୁରା ପିଟି କହି ବୁଲୁଛନ୍ତି । କିନ୍ତୁ ହାଟଡିହି ବ୍ଲକରେ ଥିବା  ଆଦିବାସୀ ଗାଁ ଦଲକି ଉପରେ ସରକାରଙ୍କ ନଜର ପଡିନାହିଁ । ସାବତ ପୁଅ ଭଳି ଏହି ଅଂଚଳକୁ ନଜର ଅନ୍ଦାଜ କରି ଚାଲିଛନ୍ତି ସରକାର । ଗ୍ରାମରେ ବସବାସ କରୁଥିବା ଆଦିବାସୀ ଏବଂ ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ରୋଜଗାର ହେଉ ଅବା ରହଣି ବ୍ୟବସ୍ଥା, ସବୁଥିରେ ସରକାର ଫେଲ ମାରିଛନ୍ତି । କୌଣସୀ ସରକାରୀ ସହଯୋଗ ବିନା କେବଳ ଜଙ୍ଗଲରୁ ବନଜ ଦ୍ରବ୍ୟ ଆଦି ସଂଗ୍ରହ କରି ଅସହାୟ ଭାବେ ଏମାନେ ଗୁଜୁରାଣ ମେଂଟାଉଛନ୍ତି । ତେବେ ଏହି ଗାଁକୁ ସଂଯୋଗ କରିବାର ଏକ ମାଧ୍ୟ ମାଧ୍ୟମ ହେଉଛି ସାଳନ୍ଦି ନଦୀରେ ଥିବା ହଦଗଡ ଡ୍ୟାମ । ବର୍ଷ ତମାମ ଏଠାକାର ଅଧିବାସୀ ବିପଦସଂକୁଳ ଅବସ୍ଥାରେ ଏହି ଡ୍ୟାମ ପାରି ହୋଇ ନିକଟସ୍ଥ ପଂଚାୟତ କାର୍ଯ୍ୟାଳୟକୁ ଚାଉଳ, ଡାଲି ପାଇଁ ଆସିଥାନ୍ତି । କିନ୍ତୁ ବର୍ଷାଦିନେ ଜଳଭଣ୍ଡାରର ପାଣି ଅଧିକ ହେଲେ ଏମାନଙ୍କ ଘରେ ଚୁଲି ଜଳେନି । ଏହା ସହ ଧନଜୀବନ ହାନୀ ହେବାର ଭୟ ଅନବରତ ଭାବେ ଲାଗି ରହିଥାଏ । 

ସବୁଠାରୁ ଚକିତ କଲା ଭଳି କଥା ହେଉଛି ନିର୍ବାଚନ ସମୟରେ ଏଠାକୁ ଶାସକ ଦଳର ନେତା ଏବଂ ଲୋକ ପ୍ରତିନିଧୀଙ୍କ ସୂଅ ଛୁଟେ । ପ୍ରତିଶ୍ରୁତିର ମିଛ ପାହାଡ ଲୋକଙ୍କ ଉପରେ ଲଦି ଦିଆଯାଏ । ରାଜ୍ୟ ସରକାରଙ୍କ ମିଛ ଆଶ୍ୱାସନା ପାଇଁ ଭଳି ଯାଆନ୍ତି ନୀରିହ ଆଦିବାସୀ । କିନ୍ତୁ ଇଲେକ୍ସନ ପରେ ସବୁ କଥା ଭୁଲି ଯାଆନ୍ତି ସରକାର । ୧୯ ବର୍ଷ ଧରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଆସୁଥିବା ବିଜୁ ଜନତା ଦଳ ତଥା ନବୀନ ପଟ୍ଟନାୟକ ନିଜେ ଦେଇଥିବା କଥା ପାଣିର ଗାର ହୋଇଯାଏ । ତେବେ ଏହି ଗ୍ରାମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନଜ ପଡୁଛି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।

Subscribe

National International State Sports Entertainment