ଆଇପିଏଲ-୧୦: ପ୍ଲେଅଫ ଲାଇନ ଅପ ଚୂଡ଼ାନ୍ତ, ପଞ୍ଜାବକୁ ହରାଇ ପ୍ଲେଅଫରେ ପହଞ୍ଚିଲା ପୁଣେ
Khabar Odisha:RPS-beat-KXIP-in-its-last-league-match-and-qualified-for-Play-Off-round-of-IPL-10

ହାଇଦ୍ରାବାଦ,ମେ୧୪(ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୧୦ର ପ୍ଲେଅଫର ଚିତ୍ର ସ୍ପଷ୍ଟ ହୋଇଛି। ରବିବାର ପୁଣେରେ କିଙ୍ଗ୍ସ ଇଲେଭନ ପଞ୍ଜାବ ଓ ଗୁଜରାତ ଲାୟନ୍ସ ମଧ୍ୟରେ ଖେଳାଯାଇଥିବା କର ବା ମର ମ୍ୟାଚରେ ଗୁଜରାତ ପଞ୍ଜାବକୁ ୯ଟି ଓ୍ଵିକେଟରେ ପରାସ୍ତ କରି ଚତୁର୍ଥ ଟିମ ଭାବେ ପ୍ଲେ ଅଫରେ ପହଞ୍ଚିଛି। କେବଳ ପ୍ଲେଅଫ ନୁହେଁ ଗୁଜରାତ ଟପ-୨ ଦଳ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦ ପଏଣ୍ଟ ସହ ପ୍ରଥମ, ଗୁଜରାତ ଲାୟନ୍ସ ୧୮ ପଏଣ୍ଟ ସହ ଦ୍ଵିତୀୟ, ୧୭ ପଏଣ୍ଟ ସହ ସନରାଇଜର୍ସ ହାଇଦ୍ରାବାଦ ତୃତୀୟ ଓ ୧୬ ଏପଣ୍ଟ ସହ କୋଲକାତା ନାଇଟ ରାଇଡର୍ସ ଚତୁର୍ଥ ସ୍ଥାନରେ ରହିଛି।

ଏବେ ପ୍ଲେ ଅଫରେ ପ୍ରଥମ କ୍ଵାଲିଫାୟାର ମ୍ୟାଚରେ ମୁମ୍ଵାଇ ଇଣ୍ଡିଆନ୍ସ ଓ ରାଇଜିଂ ପୁଣେ ସୁପରଜାଏଣ୍ଟ ମୁହାଁମୁହିଁ ହେବେ। ଅନ୍ୟ ପକ୍ଷରେ ଏଲିମିନେଟର ମ୍ୟାଚରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟରାଇଡର୍ସ ସାମ୍ନା-ସାମ୍ନି ହେବେ।

କ୍ଵାଲିଫାୟର-୧ର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବେ। ଫାଇନାଲରେ ପ୍ରବେଶ ପାଇଁ ପରାଜିତ ଟିମକୁ ଆଉ ଗୋଟିଏ ସୁଯୋଗ ମିଳିବ। ଏଲିମିନେଟର ବିଜେତା ଓ କ୍ଵାଲିଫାୟର-୧ର ପରାଜିତ ଦଳ ମଧ୍ୟରେ କ୍ଵାଲିଫାୟର-୨ ମ୍ୟାଚ ହେବ। ଏଥିରୁ ବିଜୟୀ ଟିମ ଫାଇନାଲରେ  ପ୍ରବେଶ କରିବେ।

ପ୍ଲେ ଅଫ ଲାଇନ ଅପ

କ୍ଵାଲିଫାୟର-୧, ମେ ୧୬

୦ ମୁମ୍ବାଇ ଇଣ୍ଡିୟାନ୍ସ Vs  ରାଇଜିଂ ପୁଣେ ସୁପର ଜାୟଣ୍ଟ

ଓ୍ଵାଙ୍ଖେଡ଼ା ଷ୍ଟାଡିୟମ, ରାତି ୮

ଏଲିମିନେଟର, ମେ ୧୭

୦ କୋଲକାତା ନାଇଟରାଇଡର୍ସ Vs ସନରାଇଜର୍ସ ହାଇଦ୍ରାବାଦ

ଏମ.ଚିନ୍ନାସ୍ଵାମୀ ଷ୍ଟାଡ଼ିୟମ ବେଙ୍ଗଲୁରୁ, ରାତି ୮

କ୍ଵାଲିଫାୟର-୨, ମେ ୧୯

ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମ, ବେଙ୍ଗଲୁରୁ ରାତି ୮

ଫାଇନାଲ ମେ ୨୧

ରାଜୀବ ଗାନ୍ଧୀ ଷ୍ଟାଡିୟମ, ହାଇଦ୍ରାବାଦ ରାତି ୮

  • Tags:

Subscribe

National International State Sports Entertainment