ଆଇପିଏଲରେ ଫିକ୍ସିଂ, ଟଙ୍କା ନେଇ ପିଚକୁ ଗଡ଼ବଡ଼ କରୁଥିଲା ଅଣ୍ଡର-୧୯ର ଖେଳାଳି
Khabar Odisha:IPL-10-fixing-accused-was-mis-using-the-pitch

କାନପୁର,ମେ୧୨(ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୧୦ରେ ଫିକ୍ସିଂକୁ ନେଇ ଏବେ ବହୁତ ବଡ଼ ଖୁଲାସା ହୋଇଛି। ଏହି ମାମଲାରେ ଗୁରୁବାର ଖେଳାଳି ରହୁଥିବା ହୋଟେଲରୁ ଗିରଫ ହୋଇଥିବା ମହାରାଷ୍ଟ୍ରର ଅଣ୍ଡର-୧୯ ଖେଳାଳି ଚନୟନ ଶାହା ସ୍ଵୀକାର କରିଛି ଯେ ସେ ବୁକିଙ୍କ ସହ  ତାର ସମ୍ପର୍କ ଥିଲା ଏବଂ ସେ ମ୍ୟାଚର ଫଳାଫଳ ପ୍ରଭାବିତ କରିବା ପାଇଁ ପିଚକୁ  ଗଡ଼ବଡ଼ କରାଯାଉଥିଲା।

ଅଭିଯୁକ୍ତ ନୟନ ଶାହା ପୋଲିସକୁ କହିଛି ଯେ ସେ ସମସ୍ତ ଆଇପିଏଲ ମ୍ୟାଚ ପ୍ରଭାବିତ କରିବା ପାଇଁ ମ୍ୟାଚ ଫିକ୍ସରଙ୍କଠୁ  କଣ୍ଟ୍ରାକ୍ଟ ଆଣିଥିଲା। ସେ ଏହା ମଧ୍ୟ କହିଛି ଯେ ପିଚର ସୂଚନା ଦେବା ପାଇଁ ସେ ବୁକିଙ୍କଠୁ ଦେଢ଼ ଲକ୍ଷ  ଟଙ୍କା ନେଇଥିଲା। ନୟନର ସୂଚନା ମୁତାବକ କାନପୁର ଗ୍ରୀନ ପାର୍କ ଷ୍ଟାଡ଼ିୟମର କର୍ମଚାରୀ ରମେଶ କୁମାର ମଧ୍ୟ ଏହି ମାମଲାରେ ସାମିଲ ଅଛି।

ରମେଶ ନୟନର ଆଦେଶ ମୁତାବକ ପିଚରେ ପାଣି ପକାଉଥିଲା। ଏହା ବଦଳରେ ତାକୁ ୨୦ ହଜାର ଟଙ୍କା ମିଳିଥିଲା। ଯାଞ୍ଚ ସମୟରେ ନୟନ ଶାହା ମୋବାଇଲରୁ ମୁମ୍ବାଇ ଷ୍ଟାଡିୟମ ପିଚର ଫଟୋ ମଧ୍ୟ ମିଳିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କାନପୁର ଷ୍ଟାଡିୟମରେ ମ୍ୟାଚ ପରେ ପୋଲିସ  ଖେଳାଳି ରହୁଥିବା ହୋଟେଲରୁ ଦୁଇ ବୁକିକୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୬୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ପରେ ମ୍ୟାଚ ଫିକ୍ସିଂ ରେକେଟର ପର୍ଦ୍ଦାଫାଶ ହୋଇଥିଲା।

ସୂଚନାଯୋଗ୍ୟ, କାନପୁର ହୋଟେଲର ୧୨ ଓ ୧୪ ତମ ମହଲାରେ ଖେଳାଳି ରହୁଥିବା ବେଳେ ୧୭ ତମ ମହଲାରେ ଆଇପିଏଲ ଷ୍ଟାଫ ରହୁଥିଲେ। ଯାଞ୍ଚ ସମୟରେ ନୟନ ଶାହା ମୋବାଇଲରୁ ୧୨ ବୁକିଙ୍କ ନମ୍ବର ମଧ୍ୟ ମିଳିଛି। ଯାହାକୁ ଧରିବା ପାଇଁ ମହାରାଷ୍ଟ୍ର, ଗୁଜରାତ ଓ ରାଜସ୍ଥାନରେ ଚଢ଼ାଉ ଜାରି ରହିଛି। 

  • Tags:

Subscribe

National International State Sports Entertainment