ପାକିସ୍ତାନ ବିରୋଧରେ ମ୍ୟାଚ ଖେଳି ସଚିନଙ୍କ ରେକର୍ଡ ସହ ସମକକ୍ଷ ହେବେ ଯୁବରାଜ
Khabar Odisha:Being-played-with-pakistan-Youvraj-willsame-with-Sachins-record

ନୂଆଦିଲ୍ଲୀ,ମେ୧୦(ଖବର ଓଡ଼ିଶା): ଇଂଲଣ୍ଡରେ ଜୁନ ୧ରେ ଆଇସିସି ଚମ୍ପିୟାନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହି ମିନି ବିଶ୍ଵକପ ପାଇଁ ବିସିସିଆଇ ମେ ୮ରେ  ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରିଛି।  ଚୟନକର୍ତ୍ତା ଚମ୍ପିୟାନ୍ସ ଟ୍ରଫି ପାଇଁ ଅନେକ ବରିଷ୍ଠ ଖେଳାଳିଙ୍କୁ ପୁର୍ନବାର ସୁଯୋଗ ଦେଇଛି। ଅନ୍ୟ ପକ୍ଷରେ ଦଳରେ କିଛି ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେଇ ସନ୍ତୁଳିତ ଦଳ ଚୟନ କରିଛନ୍ତି।

ଏହି ଦଳରେ ବରିଷ୍ଠ ଖେଳାଳି ଷ୍ଟାଇଲିସ ବାମହାତୀ ବ୍ୟାଟସମ୍ୟାନ ଯୁବରାଜ ସିଂହ ସ୍ଥାନ ପାଇଛନ୍ତି। ଯୁବରାଜ ଦୀର୍ଘ ୩ ଵର୍ଷ ପରେ ଚଳିତ ବର୍ଷ ଜାନୁଆରୀରେ ଦିନିକିଆ କ୍ରିକେଟକୁ ଫେରିଛନ୍ତି। ସେ ଇଂଲଣ୍ଡ ସିରିଜରେ କଟକରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୫୦ ରନର ପାଳି ଖେଳିଛନ୍ତି। ଏହାକୁ ଧ୍ୟାନରେ ରଖି ଚୟନକର୍ତ୍ତା ଏହି ବଡ଼  ଟୁର୍ଣ୍ଣାମେଣ୍ଟ ପାଇଁ ଯୁବରାଜଙ୍କ ପରି ବ୍ୟାଟସମ୍ୟାନଙ୍କୁ ଦଳରେ ସ୍ଥାନ ଦେଇଛନ୍ତି।

୨୦୦୦ ମସିହାରେ ଆଇସିସି ଚମ୍ପିୟାନ୍ସ ଟ୍ରଫିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଯୁବରାଜ ପଞ୍ଚମ ଥର ଚମ୍ପିୟାନ୍ସ ଟ୍ରଫି ଖେଳିବାକୁ ଯାଉଛନ୍ତି। ଏହା ସହ ଯୁବରାଜ ସବୁଠୁ ଅଧିକ ଚମ୍ପିୟାନ୍ସ ଟ୍ରଫି ଖେଳିବା ମାମଲାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହୋଇଯିବେ। ସଚିନ ୧୯୯୮, ୨୦୦୦, ୨୦୦୨, ୨୦୦୬ ଓ ୨୦୦୯ରେ ଚମ୍ପିୟାନ୍ସ ଟ୍ରଫି ଖେଳିଥିଲେ।

ଯୁବରାଜ ସିଂହ ଏପର୍ୟ୍ୟନ୍ତ ୨୦୦୦,୨୦୦୨, ୨୦୦୪ ଓ  ୨୦୦୯ରେ ଭାରତ ପାଇଁ ଚମ୍ପିୟାନ୍ସ ଟ୍ରଫି ଖେଳିଛନ୍ତି। ସେ ମୋଟ୍ ୧୩ଟି ମ୍ୟାଚରୁ ୯ଟି ପାଳି ଖେଳି ହାରାହାର ୩୩.୮୭ରେ ୨୭୧ ରନ କରିଛନ୍ତି। ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ ଅଛି। ସୂଚନାଯୋଗ୍ୟ, ଭାରତ ଚମ୍ପିୟାନ୍ସ ଟ୍ରଫିର ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଖେଳିବ

  • Tags:

Subscribe

National International State Sports Entertainment