ରାଜଧାନୀରେ ଆଦିବାସୀ ରାଜନୀତି, ବିଜେଡ଼ି-ବିଜେପି ମଧ୍ୟରେ ଟକ୍କର୍‌
Khabar Odisha:bjd-observes-adivasi-day
ଭୁବନେଶ୍ୱର, ଅଗଷ୍ଟ ୯ (ଖବର ଓଡ଼ିଶା):

ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆଦିବାସୀଙ୍କୁ ନେଇ ଦୁଇ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ରାଜନୀତି । ଗୋଟିଏ ପଟେ ବିଜେଡ଼ି ଆଦିବାସୀ ଦିବସ ପାଳନ କରୁଥିବା ସେପଟେ ରାଜ୍ୟ ସରକାରଙ୍କୁ ବିରୋଧ କରି ବିକ୍ଷୋଭ ଶୋଭାଯାତ୍ରା କରିଛି ବିଜେପି । 

ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ବିଜେଡ଼ି ଆଦିବାସୀ ସାମୁଖ୍ୟ ପକ୍ଷରୁ ଆଦିବାସୀ ପଡିଆ ଠାରେ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ ଆୟୋଜନ ହୋଇଛି । ଏହି ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ଶୁଭେଚ୍ଛା ଜଣାଇବା ସହିତ କ୍ରାନ୍ତି ଦିବସରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଗର୍ବିତ ବୋଲି କହିଛନ୍ତି । ଏହା ସହିତ ଉପସ୍ଥିତି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଭୋଟ ନୁହେଁ କାମରେ ବିଶ୍ୱାସ କରୁ । ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛି ଓ କାମ କରି ଚାଲିଥିବି ବୋଲି ସେ କହିଛନ୍ତି । ଗୁରୁପ୍ରିୟା ସେତୁକୁ ଆଦିବାସୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି  ବୋଲି ନବୀନ କହିଛନ୍ତି । 

ଏହି କାର୍ୟ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଛନ୍ତି । ଏହି ସମାବେଶରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସମେତ ରାଜ୍ୟ ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ପ୍ରତିନିଧିମାନେ ଯୋଗଦେଇଥିଲେ । 

ସେପଟେ ଶାସକ ଦଳର ଏଭଳି ରାଜନୀତିକୁ ବିରୋଧ କରିଛି ବିଜେପି । ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ ଦଳ ଦାବି କରିଛି । ଏହା ସହିତ ବିଜେପି ଜନଜାତି ମୋର୍ଚ୍ଚା ଭୁବନେଶ୍ୱରରେ ଏକ ବିଶାଳ ଶୋଭାଯାତ୍ରା କରିଛି । ଆଦିବାସୀଙ୍କ ଏକତାକୁ ରାଜ୍ୟ ସରକାର ଜଳାଞ୍ଜଳି ଦେଇଛନ୍ତି । ୧୮ ବର୍ଷ ଶାସନ ମଧ୍ୟରେ ଆଦିବାସୀଙ୍କ ସଂସ୍କୃତି କ୍ଷୂର୍ଣ୍ଣ ହୋଇଥିବାବେଳେ ଯୁବ ବର୍ଗ ଆଗକୁ ବଢ଼ି ପାରି ନାହାନ୍ତିଁ । ଆଦିବାସୀଙ୍କ ହକ୍‌ ପାଇଁ ଆମେ ଲଢ଼େଇ କରିବୁ ବୋଲି ବିଜେପି ବିଧାୟକ ରବି ନାଏକ କହିଛନ୍ତି ।

  • Tags:

Subscribe

National International State Sports Entertainment