ସ୍ପଷ୍ଟ କଲେ କେଜ୍ରିଓ୍ଵାଲ, ଆପ୍ ବିଜେପି ବିରୋଧୀ ମହାମେଣ୍ଟର ଅଂଶ ହେବ ନାହିଁ
Khabar Odisha:aap-will-not-be-part-of-mahagathbandhan-says-kejriwal
ନୂଆଦିଲ୍ଲୀ, ଅଗଷ୍ଟ୦୯(ଖବର ଓଡ଼ିଶା):

 ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏ ପର୍ୟ୍ୟନ୍ତ ମୋଦୀ ସରକାର ବିରୋଧରେ ମହାମେଣ୍ଟର ରୂପ ରେଖ ପ୍ରସ୍ତୁତ ନହେଉଣୁ ଜଣେ ସମ୍ଭାବିତ ସହଯୋଗୀ ଦଳ ଏଥିରୁ ଓହରି ଯାଇଛି। ଏହି ସମ୍ଭାବିତ ପାର୍ଟନରର ନା ହେଉଛି ଅରବିନ୍ଦ କେଜ୍ରିଓ୍ଵାଲ। ଆମ୍ ଆଦମୀ ପାର୍ଟିର ସଂଯୋଜକ ହରିୟାଣାରେ ଘୋଷଣା କରିଛନ୍ତି ଯେ ତାଙ୍କ ପାର୍ଟି ୨୦୧୯ରେ ବିଜେପି ବିରୁଦ୍ଧ ମହାମେଣ୍ଟର ଅଂଶ ନୁହେଁ। କେଜ୍ରିଓ୍ଵାଲ ଏହା ପଛରେ ମଧ୍ୟ ତର୍କ ଦେଇଛନ୍ତି। ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଆପ୍ ସହ ସଂପର୍କକୁ ନେଇ କାଲି ପର୍ୟ୍ୟନ୍ତ  ପାର୍ଟିର ନେତା ରାହୁଲ ଗାନ୍ଧୀଙ୍କୁ ସେ ସମାଲୋଚନା କରୁଥିଲେ ଏବଂ ଆଜି କେଜ୍ରିଓ୍ଵାଲ ପାର୍ଟିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। 

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହାର ଘୋଷଣା ରୋହତକରେ କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି ଯେ ଯେଉଁ ପାର୍ଟି ସମ୍ଭାବିତ ମହାମେଣ୍ଟରେ ସାମିଲ ହେଉଛନ୍ତି ସେମାନଙ୍କର ଦେଶର ବିକାଶରେ କୌଣସି ଭୂମିକା ନାହିଁ। ମାତ୍ର କେଜ୍ରିଓ୍ଵାଲଙ୍କ ଏହି ଘୋଷଣା  ରାଜନୀତି ମହଲରେ କିଛିଟା ଅପ୍ରତ୍ୟାଶିତ ରହିଛି।  କାରଣ ଆପ୍ ସର୍ବଦା ନିଜକୁ ଏନଡିଏ ବିରୋଧୀ ଏକଜୁଟତା ସହିତ ନଜର ଆସିଛନ୍ତି। 

ଅଧିକ ପଛକୁ ନଯାଇ ନିକଟ ଅତୀତ ଉପରେ ନଜର ପକାଇଲେ ଦେଖିବା ଯେ କର୍ଣ୍ଣାଟକରେ କୁମାରସ୍ଵାମୀଙ୍କ ଶପଥ ସମାରୋହ ଓ ଜନ୍ତର ମନ୍ତରରେ ତେଜସ୍ଵୀଙ୍କ ଧାରଣାକୁ ସମର୍ଥନ ଦେଇ ଆପ୍ ଏହି ସନ୍ଦେଶ ଦେବାକୁ ଚେଷ୍ଟା କରିଥିଲା ଯେ ସେ କେନ୍ଦ୍ର ସରକାରଙ୍କ ବିରୁଦ୍ଧ ଲଢେଇରେ ଅଛନ୍ତି। ମାତ୍ର ବୁଧବାର ପର୍ୟ୍ୟନ୍ତ ଆପ୍ ନେତା ସଂଜୟ ସିଂହ ଏହି କଥା ଉପରେ ଟିପ୍ପଣୀ କରୁଥିବା ସମୟରେ ଇସାରାରେ ଏହା କହିବାକୁ ଚେଷ୍ଟା କରୁଥିଲେ ଯେ  ରାହୁଲ ଗାନ୍ଧୀ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କ ପାଇଁ ତାଙ୍କଠୁ ସମର୍ଥନ କଣ ପାଇଁ ମାଗୁ ନାହାନ୍ତି। 

  • Tags:

Subscribe

National International State Sports Entertainment