ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାରିବା ପରେ ବିଷ ଓଗାଳିଲା କଂଗ୍ରେସ: ବିଜେଡିର ସମଦୂରତାକୁ ନେଇ ପ୍ରଶ୍ନ ଉଠାଇଲେ ରଞ୍ଜୀବ
Khabar Odisha:Rajya-Sabha-Deputy-Chairman-election--Odisha-Congress-attack-to-Both-BJD-And-BJP
ଭୁବନେଶ୍ୱର, ଅଗଷ୍ଟ ୯(ଖବର ଓଡିଶା):

ଆଜି ରାଜ୍ୟସଭାରେ ଊପସଭାପତି ପଦ ପାଇଁ ହୋଇଥିବା ନିର୍ବାଚନରେ ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ପରାସ୍ତ କରିଥିଲେ । ହରିବଂଶଙ୍କ ସପକ୍ଷରେ ୧୨୫ ଭୋଟ ମିଳିଥିବା ବେଳେ ହରିପ୍ରସାଦଙ୍କୁ ୧୦୫ ଭୋଟ ମିଳିଥିଲା । ତେବେ ଅନାସ୍ଥା ପ୍ରସ୍ତାବ ସମୟରେ ସମଦୂରତା ବାହାନା ଦେଖାଇ ଗୃହ ଛାଡି ପଳାୟନ କରିଥିବା ବିଜେଡି ଏଥର କିନ୍ତୁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ଏହି ନିର୍ବାଚନରେ ଗେମ୍ ଚେଂଜର ଭୂମିକା ନିଭାଉଥିବା ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ଜିତାଇବା ପରେ କଂଗ୍ରେସ ଏହି ପ୍ରସଙ୍ଗରେ କଡା ଆଭିମୁଖ୍ୟ ପୋଷଣ କରିଛି। ଏନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳୀୟ ସାଂସଦ ରଞ୍ଜୀବ ବିଶ୍ୱାଳ ଟାର୍ଗେଟ କରିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କିଏ କାହାର ଆଶାବାଡି ବିଜେପି ସ୍ପଷ୍ଟ କରୁ ବୋଲି କଟାକ୍ଷ କରିଛନ୍ତି ।

କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କ ପରାଜୟ ପରେ ଓଡିଶା ରାଜନୀତିରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । କଂଗ୍ରେସ ରାଜ୍ୟସଭା ସାଂସଦ ରଞୀବ ବିଶ୍ୱାଳ ବିଜେଡିକୁ କଡା ସମାଲେଚନା କରିବା ସହ ଆଜି ବିଜେଡିର ଦୋମୁହାଁ ନୀତି ପଦାରେ ପଡିଛି ବୋଲି ସେ ମତ ଦେଇଛନ୍ତି । ତେବେ ଗୋଟିଏ ପଟେ ମହାନଦୀ ଓ ପୋଲାଭରମ ପାଇଁ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବଳେ ଅନ୍ୟପଟେ ବିଜେପି ବିଜେଡିର ବି-ଟିମ୍ ଭଳି କାର୍ଯ୍ୟ କରୁଛି ବୋଲି କହିଛନ୍ତି । ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲେଚନା କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି ଓ ବିଜେଡି ମଧ୍ୟରେ କିଏ କାହାର ଆଶାବାଡି ଏବେ ବିଜେପି ସ୍ପଷ୍ଟ କରୁ ବୋଲି ସେ କଟାକ୍ଷ କରିଛନ୍ତି । ତେବେ ନବୀନ ବିଜେପିର ପ୍ରକୃତ ବନ୍ଧୁ ବୋଲି ଆଜି ପ୍ରମାଣିତ କରିଥିବା କଥା ଶ୍ରୀ ମିଶ୍ର କହିଛନ୍ତି। 

ଅନ୍ୟପଟେ କଂଗ୍ରେସର ଏଭଳି ଆକ୍ରମଣର ପ୍ରତ୍ୟୁତର ଦେଇଛନ୍ତି ଊଭୟେ ବିଜେପି ଓ ବିଜେଡି । ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କୌଣସି ଦଳ ପାଇଁ ନୁହେଁ ବରଂ ସାମ୍ବିଧାନିକ ପଦ ପାଇଁ ସମର୍ଥନ ମଗାଯାଇଥିଲା ଓ ବିଜେଡି ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ସେ କହିଛନ୍ତି । ବିଜେଡି ସାଂସଦ ପ୍ରତାପ ଦେବ ମଧ୍ୟ ସାମ୍ବିଧାନୀକ ପଦ ପାଇଁ ବିଜେଡି ହରିବଂଶଙ୍କୁ ସମର୍ଥନ କରିଥିବା କହିଛନ୍ତି। ତେବେ ବିଜେଡି ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିବା ସେ କହିବା ସହ ଏବେ ମଧ୍ୟ ଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖିଛି ବୋଲି ମତ ପ୍ରକାଶ କରିଛନ୍ତି ।     

  • Tags:

Subscribe

National International State Sports Entertainment