ଓଡ଼ିଆଙ୍କୁ ନବୀନ ସରକାରଙ୍କର ଭ୍ରଷ୍ଟାଚାର ଏବଂ ପ୍ରତାରଣାର ବାତାବରଣରୁ ମୁକ୍ତି ମିଳିବା ଆବଶ୍ୟକତା ଅଛି: ବିଜେପି
Khabar Odisha:Odisha-BJP-Executive-Meeting-Current-Minister-Smruti-Irani-Join
ଭୁବନେଶ୍ୱର, ୦୭ ଅକ୍ଟୋବର(ଖବର ଓଡ଼ିଶା):

ଅନୁଷ୍ଠିତ ହୋଇଯାଇଛି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣିରେ ଭାରତୀୟ ଜନତା ପାର୍ଟିର ମିଶନ ୧୨୦ ଜିତିବା ଦିଗରେ ବ୍ଲୁପ୍ରିଂଟ ପ୍ରସ୍ତୁତ ହେବା ସହ ରାଜ୍ୟରେ ଥିବା ଭ୍ରଷ୍ଟ ଓ ଅପାରଗ ସରକାରକୁ ହଟାଇବା ପାଇଁ କାର୍ଯ୍ୟକର୍ତାମାନେ ସଙ୍କଳ୍ପ ନେଇଛନ୍ତି । 

କାର୍ଯ୍ୟକାରିଣୀରେ ଓଡ଼ିଶା ପ୍ରଦେଶକୁ ଏବଂ ଓଡ଼ିଆଙ୍କୁ ଭ୍ରଷ୍ଟାଚାର ଏବଂ ପ୍ରତାରଣାର ବାତାବରଣରୁ ମୁକ୍ତି ମିଳିବା ଆବଶ୍ୟକତା ଅଛି ବୋଲି ମତପ୍ରକାଶ ପାଇଛି । ଓଡ଼ିଶାର ଅର୍ଥନୀତି ଏବଂ ନିଯୁକ୍ତି ବ୍ୟବସ୍ଥା ପୁଣିଥରେ ଠିକ୍ ରାସ୍ତାରେ ଚାଲିବାର ଆବଶ୍ୟକତା ଅଛି । ଆଜି ବିଭିନ୍ନ ସ୍ତରରେ ପ୍ରତ୍ୟାଖାତ ବିଜୁ ଜନତା ଦଳ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ଏକ ବିଶାଳ ପରାଭବର ସମ୍ମୁଖୀନ ହେବେ ଏକଥା ସ୍ପଷ୍ଟ ବୋଲି ଆଜି କାର୍ଯ୍ୟକାରିଣୀରେ ମତପ୍ରକାଶ ପାଇଥିଲା ।

ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁନକରିବା ଓ ପେଟ୍ରୋଲର ଦର କେନ୍ଦ୍ର ସରକାର କମାଇ ସାରିଲା ପରେ ବି ରାଜ୍ୟ ସରକାର ନକମାଇବା ଆଦି ହେଉଛି ଓଡିଶାର ଗରିବ ଲୋକଙ୍କୁ ନବିନ ସରକାରଙ୍କର ପ୍ରତାରଣା । ଏହି ପ୍ରସଙ୍ଗରେ ଦଳ ଆନ୍ଦୋଳନ କରୁଥିବା ବେଳେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି କାର୍ଯ୍ୟକାରିଣୀରେ ମତପ୍ରକାଶ ପାଇଛି ।

ଆଗାମୀ ନିର୍ବାଚନରେ ଦଳ ବିଜୁ ଜନତା ଦଳର ସରକାରଙ୍କର ଅପାରଗତା ସହ ରାଜ୍ୟରେ ହୋଇଥିବା ହୋଇଥିବା ଚିଟଫଣ୍ଡ ମହାଦୁର୍ନୀତି, ଖଣି ଦୁର୍ନୀତି, ଗଛ ଲଗା ଦୁର୍ନୀତି, କୃଷି ଋଣ ଦୁର୍ନୀତି, ଡାଲି ଦୁର୍ନୀତି, ମନରେଗା ଦୁର୍ନୀତି, ପିସି ଦୁର୍ନୀତି, ବାଲିଘାଟ ଦୁର୍ନୀତି, ଧାନ କିଣାର ମହାଦୁର୍ନୀତି, କଂକ୍ରିଟ ରାସ୍ତା ନିର୍ମାଣରେ ଦୁର୍ନୀତି, ଜଳସେଚନ ଦୁର୍ନୀତି, ଅଙ୍ଗନବାଡି ଛତୁଆ ଦୁର୍ନୀତି, ସମବାୟ ଦୁର୍ନୀତି, ବିହନ ଦୁର୍ନୀତି, ଆଳୁ ମିଶନ ଦୁର୍ନୀତି ଆଦି ପ୍ରସଙ୍ଗକୁ ଦଳ ଆଗାମୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ନିଷ୍ପତି ହୋଇଛି ।

ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଉଦଘାଟନ କରିଥିଲେ । ଏହି ଅବସରରେ ରାଜ୍ୟ ବିଜେପି ସଂପାଦକ ଦିଲୀପ ମଲ୍ଲିକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସେହିପରି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ରାଜନୈତିକ ଚିଠା ପ୍ରସ୍ତାବକୁ ଆଗତ କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗୋ, ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦ ପୃଥୀରାଜ ହରିଚନ୍ଦନ, ସଂପାଦକ କାଳନ୍ଦୀ ସାମଲ, ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତୃବୃନ୍ଦ ସହ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ । ଦଳର ସାଙ୍ଗଠନିକ ସ୍ଥିତି ସହ ଆଗାମି ଦିନର ରଣନୀତି ଉପରେ ଏହି ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା । 

Subscribe

National International State Sports Entertainment