ଦୁର୍ନିୀତିକୁ ପର୍ଦ୍ଦାଫାଶ କରିବାର ଫଳ ପାଇଲେ ଦାମ, ଦଳରୁ ହେଲେ ବହିଷ୍କୃତ
Khabar Odisha:Dama-Rout-Expelled-from-BJD
ଭୁବନେଶ୍ୱର, ସେପ୍ଟେମ୍ବର ୧୨(ଖବର ଓଡ଼ିଶା):

 ବିଜେଡିରେ ଦୀର୍ଘ ବର୍ଷ ଧରି ଦଳରେ ରହିଥିଲେ ଦାମ। ଦଳ ଗଢିଥିବା ବିଜୁ ପଟ୍ଟନାୟକଙ୍କୁ ନେଇକି ଗୁଣଗାନ କରୁଥିଲେ। ଯେଉଁ ଯାଏଁ ଦଳରେ ବିଜୁ ନାଁ ଅଛି ସେ ପର୍ଯ୍ୟନ୍ତ ମୁଁ ଦଳରେ ରହିବି ବୋଲି ଦମ୍ଭର ସହ କହୁଥିଲେ ଦାମ। ମାତ୍ର ଆଜି ସେହି ଦଳରୁ ହିଁ ତାଙ୍କୁ ନିଲମ୍ବନ କରିଛନ୍ତି ବିଜୁଙ୍କ ପୁଅ ତଥା ସଭାପତି ନବୀନ ପଟ୍ଟନାୟକ। 

ପୂର୍ବରୁ ବ୍ରାହ୍ଣଣ ବିରୋଧୀ ମନ୍ତବ୍ୟ ଦେଇ କାରଣରୁ ଦାମଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। କେବଳ ଏତିକି ନୁହେଁ ତାଙ୍କୁ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟାଯାଇଥିଲା। କିନ୍ତୁ କିଛି ଦିନ ହେବ ସରକାରଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଥିଲେ ଦାମ। ଗୋଟିକ ପରେ ଗୋଟିଏ ଖୋଲି ଚାଲିଥିଲେ ମନ୍ତ୍ରୀଙ୍କ ପର୍ଦ୍ଦାଫାଶ। ଓମଫେଡ୍ ଦୁର୍ନିତୀ ଠାରୁ ଆରମ୍ଭ କରି ସମବାୟ ବ୍ୟାଙ୍କ ପର୍ଯ୍ୟନ୍ତ।  ଚାରା ଘୋଟାଲାକୁ ନେଇ ମଧ୍ୟ ସେ ସରକାରଙ୍କ ବିରୋଧରେ କହିବାକୁ ଡରି ନଥିଲେ। ଯାହଫଳରେ ଶାସକ ଦଳ ବିଜେଡିର ଦୁର୍ନୀତିର ମୁଖା ଖୋଲିଥିଲା।

 ଦଳ ନାଁ ଖରାପ ହେଉଥିବା ଅଭିଯୋଗରେ ଦଳର ନେତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇଥିଲେ ତାଙ୍କ ନିର୍ବାଚନ ମଣ୍ଡଳିର ଶହଶହ ବିଜେଡି କର୍ମୀ। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ଦଳ ନବୀନଙ୍କୁ ଭେଟି ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ସଂଧ୍ୟାରେ ଅଚାନକ ବିଜେଡି ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜାରି ହୋଇଥିଲା। ଯେଉଁଥିଲେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ଉଲ୍ଲେଖ ରହିଛି। ଏହା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଦାମଙ୍କ ଭଳି ବରିଷ୍ଠ ନେତାଙ୍କୁ ଅଚାନକ ଦଳରୁ ବିଦା କରିବା ନାଁରେ ଗଡ ଫାଦର ଚର୍ଚ୍ଚା ହେଉଛି।  

ଦାମଙ୍କ ବହିଷ୍କାରରେ ଗଡଫାଦର ଚର୍ଚ୍ଚା 

ଦାମଙ୍କ ବହିଷ୍କାରରେ ଚର୍ଚ୍ଚା ଉଠିଛି ଗଡ ଫାଦରର।  କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ ଆସିଛି। କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ପାଣ୍ଡଆନ ଦାମଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ନାଁ ନେଇଛନ୍ତି। ଦାମଙ୍କ ବହିଷ୍କାର ପଛରେ ଗଡଫାଦର ତଥା ପାଣ୍ଡିୟାନଙ୍କ ଭୂମିକା ରହିଥିବା ସେ ପ୍ରକାଶ କରିଛନ୍ତି।   

  • Tags:

Subscribe

National International State Sports Entertainment