ଆସନ୍ତାକାଲି ବିମୁଦ୍ରାକରଣର ୨ ବର୍ଷ ପୂର୍ତ୍ତିକୁ କଳା ଦିବସ ପାଳିବ ରାଜ୍ୟ କଂଗ୍ରେସ
Khabar Odisha:2-years-Demonetization-tomorrow
ଭୁବନେଶ୍ୱର, ନଭେମ୍ବର ୦୭(ଖବର ଓଡ଼ିଶା):

 ଆସନ୍ତାକାଲି ବିମୁଦ୍ରାକରଣର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ତେବେ ଏହି ଦିବସକୁ ଆସନ୍ତାକାଲି କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତି ନେଇଛି ରାଜ୍ୟ କଂଗ୍ରେସ। ଦୁଇ ବର୍ଷ ପରେ ମଧ୍ୟ ବିମୁଦ୍ରାକରଣ ସଫଳ ହୋଇନଥିବା ଅଭିଯୋଗ କରି ଆସନ୍ତାକାଲି ସ୍ଥାନୀୟ ରିଜର୍ଭ ବ୍ୟାଙ୍କ୍ ଅଫିସ ଆଗରେ ଦଳୀୟ କର୍ମୀଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିମୁଦ୍ରାକରଣ ଯୋଗୁଁ ବେକାରି ବଢିଥିବା ବେଳେ ଅର୍ଥନୀତି ପଛରେ ପଡ଼ିଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ବିମୁଦ୍ରାକରଣ ସଫଳ ହୋଇଥିବା କହିଛି ରାଜ୍ୟ ବିଜେପି ।

ବିମୁଦ୍ରାକରଣ ନେଇ କଂଗ୍ରସର ଅଭିଯୋଗ ପରେ ବିଜେପି ଜବାବ ରଖିଛି। ଦଳୀୟ ନେତା ପଥ୍ୱୀରାଜ ହରିଚନ୍ଦନ ଆସନ୍ତାକାଲି କଂଗ୍ରେସର ବିକ୍ଷୋଭ କିଛି ପ୍ରଭାବ ପକାଇବନି ବୋଲି କହିଛନ୍ତି। ବିମୁଦ୍ରାକରଣର ଦୁଇଟି ଉଦ୍ଦେଶ୍ୟ ସଫଳ ହୋଇଛି। କଳାଧନ ବ୍ୟାଙ୍କିଂ ବ୍ୟବସ୍ଥା ଭିତରକୁ ଆସିଛି। ଅଧିକ ଲୋକଙ୍କୁ ଆୟକର ପରିସୀମା ଭିତରକୁ ଅଣାଯାଇଛି। ଲୋକେ ନିଯୁକ୍ତି ହରାଇଥିବା ବିରୋଧୀ ପ୍ରମାଣ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।  

Subscribe

National International State Sports Entertainment