ପୁରୀଘାଟ ଥାନା ଭଙ୍ଗାରୁଜା ଘଟଣାରେ ୧୭ କଂଗ୍ରେସ କର୍ମୀ ଗିରଫ, ମୋକିମଙ୍କ ଗିରଫକୁ ନେଇ ପ୍ରଶ୍ନ କଲେ ନିରଞ୍ଜନ
Khabar Odisha:17-Congress-activists-arrested-out-of-the-detained-24
ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ଖବର ଓଡିଶା):

କଟକ ପୁରୀଘାଟ ଥାନା ଭଙ୍ଗାରୁଜା ଘଟଣାରେ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ସମେତ ମୋଟ ୨୪ ଜଣଙ୍କୁ ଅଟକ ରଖାଯାଇଥିଲା ବେଳେ ସେଥିମଧ୍ୟରୁ ୧୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସମସ୍ତ କଂଗ୍ରେସ କର୍ମୀଙ୍କ ନାଁରେ ଏକାଧିକ ମାମଲା ରହିଛି। ମୋକିମଙ୍କ ନାଁ ୫ଟି ଓ ମହିଳା କର୍ପୋରେଟରଙ୍କ ନାଁରେ ୩ଟି ମାମଲା ରହିଛି। ଆଜି ଏକ ପ୍ରେସମିଟ କରି କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଆଇନକୁ ହାତକୁ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି।  ଅପରପକ୍ଷରେ ମୋକିମଙ୍କ ଗିରଫ ପ୍ରତିବାଦରେ ଚୌଦ୍ୱାର ଜେଲ୍ ଆଗରେ ଶତାଧିକ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।    

ସେହିପରି ମୋକିମଙ୍କ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ। ପୋଲିସ ଆକ୍ରୋଶମୂଳକ ଭାବେ ମୋକିମଙ୍କୁ ଗିରଫ କରିଥିବା କହିଛନ୍ତି ନିରଞ୍ଜନ। ଏତଦ୍ ବାଦ କନଷ୍ଟେବଳ ଦୋଷ କଲେ କଣ ଏସପି ବନ୍ଧା ହେବେ କି ବୋଲି କଟାକ୍ଷ କରିବା ସହ ସେ ପ୍ରଶ୍ନ କରିଛନ୍ତି। ପିସିସି ସଭାପତି କହିଛନ୍ତି ଯେ ମୋକିମ କଣ ଯାଇ ଥାନାରେ ଭଙ୍ଗାରୁଜା କରିଥିଲେ କି? ସେମିତି ହେଲେ ଦଳର ମୁଖିଆ ଭାବେ ମୋତେ ବି ପୋଲିସ ଗିରଫ କରିବ । କୋର୍ଟ ବନ୍ଦ ଥିବାରୁ ଆକ୍ରୋଶମୂଳକ ଭାବେ ପୋଲିସ ଗିରଫ କରିଛି ବୋଲି ନିରଞ୍ଜନ କହିଛନ୍ତି।              

ଉଲ୍ଲେଖନୀୟ ଯେ, କଟକ ଜିଲ୍ଲା କଂଗ୍ରେସର ଦୁଇ ନମ୍ବର ବ୍ଲକ୍‌ ଜୋନ୍‌ର ସଭାପତିଙ୍କୁ ପୋଲିସ ଗିରଫ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସେପ୍ଟେମ୍ବର ୧୧ ତାରିଖ ଦିନ ମୋକିମ୍‌ ଓ କଟକ ନଗର କଂଗ୍ରେସ କର୍ମୀମାନେ ପୁରୀଘାଟ ଥାନା ଘେରାଉ କରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗତକାଲି ରାତିରେ ସଂପୃକ୍ତ କଂଗ୍ରେସ କର୍ମୀଙ୍କ ଘରେ ଚଢାଉ କରି ପୁରୀଘାଟ ଥାନା ପୋଲିସ ସମସ୍ତଙ୍କୁ ଉଠାଇ ନେଇଥିଲା ବେଳେ ଆଜି ସକାଳୁ ମୋକିମଙ୍କୁ ତାଙ୍କ ବାସଭାବନରୁ ଗିରଫ କରିଥିଲା ।  

  • Tags:

Subscribe

National International State Sports Entertainment