ସର୍ଜରୀ କରି ପୁଅରୁ ହେଲେ ଝିଅ ଜିତିଲେ ବିଉଟି କୁଇନ୍ର ଟାଇଟଲ୍‌
Khabar Odisha:thailand-prestigious-beauty-pageant-for-transgender-women
ପଟାୟା,ମାର୍ଚ୍ଚ-୧୨(ଖବରଓଡିଶା): ଥାଇଲାଣ୍ଡରେ କିନ୍ନର ମହିଳାଙ୍କ ପାଇଁ ପ୍ରସିଦ୍ଧ ସୁନ୍ଦରୀ ପ୍ରତିଯୋଗୀତା ମିସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ କୁଇନ୍‌ ଅନୁଷ୍ଠିତ ହୋଇଛି । ପଟାୟାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଥାଇଲାଣ୍ଡର ଜିରାତଛାୟା ସିରିମୋଙ୍ଗକୋଲାନାବିନ୍‌ ଏହାର ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗୀତା ନଭେମ୍ବରରେ ହେବାର ଥିଲା କିନ୍ତୁ ଅକ୍ଟୋବରରେ ଏଠିକାର ରାଜାଙ୍କ ମୃତ୍ୟୁ ହୋଇଯିବାରୁ ଏହାକୁ ଘୁଞ୍ଚାଇ ଦିଆ ଯାଇଥିଲା ।
 
ମିସ୍ ଇଣ୍ଟରନ୍ୟାସ୍‌ନାଲ କୁଇନ୍‌ ପ୍ରତିଯୋଗୀତା ୨୦୦୪ରେ ଆରମ୍ଭ ହୋଇଥିଲା । ସେବେ ପରଠାରୁ ପ୍ରତି ବର୍ଷ ପଟାୟା ସହରରେ ଏହା ଅନୁଷ୍ଠିତ ହୋଇ ଆସୁଛି । 
 
ପ୍ରତିଯୋଗୀତାର ବିଜେତା ଜିରାତଛାୟା ପୁରୁଷ ଭାବରେ ଜନ୍ମ ହୋଇଥିଲେ । ପରେ ନିଜର ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇଲେ । ସେ ଦନ୍ତ ଚିକିତ୍ସା ବିଜ୍ଞାନ ପଢ଼ୁଥିଲେ । ମାତ୍ର ଏବେ ମଡେଲ୍‌ ଓ ଫ୍ୟାଶନ ଡିଜାଇନର୍‌ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ସହ ପ୍ରତିଯୋଗୀତାରେ ପାଖାପାଖି ୨୭ ଜଣ ପ୍ରତିଯୋଗୀ ଥିଲେ । ଯାହାଙ୍କ ମଧ୍ୟରୁ ବ୍ରାଜିଲର ନଥାଲୀ ଦ୍ୱିତୀୟ ଓ ବେନେଜୁଏଲାର ଏଣ୍ଡିଆ ତୃତୀୟ ନମ୍ବରରେ ରହିଲେ । 
  • Tags:

Subscribe

National International State Sports Entertainment