ନୂଆପଡ଼ା ଆଦିବାସୀ ଗାଁରେ ଅଜଣାରୋଗର ଦୁଃଖ
Khabar Odisha:
ନୂଆପଡ଼ା, ମେ ୧୫(ଖବର ଓଡ଼ିଶା): ନୂଆପଡ଼ା ଜିଲ୍ଲା କୋମନା ବ୍ଲକର କାଳି ମାଟି ଗାଁ । ଏହି ଗାଁ ଉପରକୁ ଘନେଇ ଆସିଛି ବିପଦ । ଗାଁର ଛୋଟ ଛୋଟ ପିଲାମାନଙ୍କ ହାତ ଗୋଡ଼ ବଙ୍କା ହୋଇ ଯାଉଥିବା ବେଳେ ବୟସ୍କମାନେ ବସିବା ଯାଗାରୁ ଉଠି ପାରୁନାହାନ୍ତି । ମାନସିକ ବିକାର ଗ୍ରସ୍ତତାର ଶିକାର ହେଉଛନ୍ତି ଲୋକେ । ଗରିବ ଗାଁ ଲୋକେ ଜାଣନ୍ତିନି ରୋଗର ନାଁ କ? ଚିକିତ୍ସା ଅଭାବରୁ ଯନ୍ତ୍ରଣା ସହି ଚାଲିଥିବା ଏହି ଗାଁ ପାଇଁ ସ୍ୱାସ୍ଥ୍ୟ ବିଭାଗର ନୀରବତାକୁ ନେଇ ଉଠିଛି ପ୍ରଶ୍ନ ।
 
କୋମନା ବ୍ଲକ ଠାରୁ ୧୫ କିମି ଦୂରରେ ଥିବା ଏହି ଗାଁର  ଜନସଂଖ୍ୟା ୧୫୦୦ ପାଖାପାଖି । ଆଦିବାସୀ ବହୁଳ ଏହି ଗାଁର ଏକ ବଡ଼ଭାଗ ଲୋକ ନିରକ୍ଷର ଓ କମ୍ ପାଠୁଆ । କୃଷି ଏମାନଙ୍କର ପ୍ରମୁଖ ଜୀବିକା, ଦିନ ମଜୁରିଆ ସହ କେହି କେହି ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟ୍ଟାରୁ  ଚଳିଥାନ୍ତି । ସବୁକିଛି ଠିକ୍ଠାକ୍ ଚାଲିଥିବାବେଳେ ହଠାତ୍ ଆରମ୍ଭ ହେଲା ଏପରି ଏକ ଅଜଣାରୋଗ । ବୟସାଧିକ୍ୟ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ଏହି ରୋଗ ଟାର୍ଗେଟ କରିଥିଲା । ଛୋଟ ପିଲାମାନଙ୍କର ହାତଗୋଡ଼ ବଙ୍କା ହୋଇଯାଉଥିବାବେଳେ ବୃଦ୍ଧବୃଦ୍ଧାମାନେ ପକ୍ଷାଘାତ ଭଳି ବସିଲେ ଉଠି ପାରୁନଥିବା ଦେଖାଗଲା ।
 
ଚାନ୍ଦିନୀ ନାୟକ, ନଇକେଜ ହାତୀ, ନାରାୟଣ  ହାତୀଙ୍କ ଠାରେ ମାନସିକ ଭିନ୍ନକ୍ଷମତା ଦେଖି ହୋଇଥିଲା । ୧୩ ବର୍ଷର ଅବିର ମାଝୀ, ୧୫ ବର୍ଷର ବାସନ୍ତୀ ହାତୀ, ଗୋମତୀ ହାତୀ, ନନ୍ଦଗଳା ହାତୀ, ପାର୍ବତୀ ହାତୀ, ଗୋଲାପୀ ହାତୀ ଏବଂ କୃଷ୍ଣା ହାତୀ, ଜଗନ୍ନାଥ ହାତୀ, କୌଶଲ୍ୟା ହାତୀଙ୍କ ମାନସିକ ବିକାର ସ୍ପଷ୍ଟ ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମନରେ ଅଜଣା ଭୟ ସୃଷ୍ଟି ହୋଇଥିôଲା । ଗ୍ରାମବାସୀଙ୍କ ମଧ୍ୟରୁ କେତେକ ବୁର୍ଲା ଯାଇ  ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ସୁଦ୍ଧା ସେମାନଙ୍କର ରୋଗ ଦୂର ହୋଇପାରିନାହିଁ ।
  • Tags:

Subscribe

National International State Sports Entertainment