ଏକ ପ୍ରତିଷ୍ଠିତର ସ୍କୁଲର ଛାତ୍ର ଏବେ ମଧ୍ୟ ପିନ୍ଧି ପାରିବେ ସ୍କର୍ଟ
Khabar Odisha:skirts-for-boys-at-private-school-under-plans-for-gender-neutral-uniform

ଲଣ୍ଡନ,ମେ୧୪(ଖବର ଓଡ଼ିଶା): ଲଣ୍ଡନର ଏକ ପ୍ରତିଷ୍ଠିତ ସ୍କୁଲ ୟୁନିଫର୍ମରେ ଲୈଙ୍ଗିକ ଭେଦଭାବକୁ ସମାପ୍ତ କରିବା ଦିଗରେ ଏକ ପଦକ୍ଷେପ  ଉଠାଇଛନ୍ତି। ଏବେ ଏହି ସ୍କୁଲ ଛାତ୍ରଙ୍କୁ ସ୍କର୍ଟ ପିନ୍ଧିବା ଅନୁମତି ଦେବା ନେଇ ବିଚାର କରୁଛି। ଦ ସଣ୍ଡେ ଟାଇମ୍ସର ଖବର ମୁତାବକ ଲଣ୍ଡନର ଉତ୍ତରରେ ଅବସ୍ଥିତ ହାଇଗେଟ ସ୍କୁଲ ଏହି ପ୍ରସଙ୍ଗ ଉପରେ ବିଚାର କରୁଛି।

ସ୍କୁଲ ଛାତ୍ର ସ୍କର୍ଟ ପିନ୍ଧିବା ନେଇ ଅନୁମତି ଦେବା ଉପରେ ବିଚାର କରୁଛି  ସେହି ସମୟରେ ଯେଉଁ ସମୟରେ ଲଣ୍ଡନର ବିଭିନ୍ନ ସ୍କୁଲରେ ବିଦ୍ୟାର୍ଥୀଙ୍କ ଲୈଙ୍ଗିକ ଭେଦଭାବ ଚିହ୍ନଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ହାଇଗେଟ ସ୍କୁଲରେ ଛାତ୍ରୀ ଧୂସର ରଙ୍ଗର ପ୍ୟାଣ୍ଟ, ନୀଳ ରଙ୍ଗର ଜ୍ୟାକେଟ ଓ ଟାଏ ପିନ୍ଧୁଥିବା ବେଳେ ଛାତ୍ରକୁ ସ୍କର୍ଟ ପିନ୍ଧିବାକୁ ଅନୁମତି ଦିଆଯାଇ ନାହିଁ। ଏହା ସହ ୧୬ ବର୍ଷ ବୟସ ପୂର୍ବରୁ କାନଫୁଲ ପିନ୍ଧି ପାରିବେ ନାହିଁ।

  • Tags:

Subscribe

National International State Sports Entertainment