ବୁର୍ଜ ଖଲିଫା ଟାଓ୍ଵାରର ରେକର୍ଡ ଭାଙ୍ଗିବ ଜେଦାହ ଟାଓ୍ଵାର, ୨୦୧୯ରେ ସଂପୂର୍ଣ୍ଣ ହେବ ନିର୍ମାଣ
Khabar Odisha:jeddah-tower-broke-the-record-of-burj-khalifa-tower

ଦୁବାଇ,ମେ୧୨(ଖବର  ଓଡ଼ିଶା): ଦୁବାଇ ସ୍ଥିତ ବୁର୍ଜ ଖଲିଫା ଟାଓ୍ଵାର ଏବେ ଦୁନିଆର ସବୁଠୁ ଉଚ୍ଚ ଅଟ୍ଟାଳିକା। ମାତ୍ର ୨୦୧୯ରେ ଏହି ଟାଓ୍ଵାର ରେକର୍ଡ ଭଙ୍ଗ ହେବାକୁ ଯାଉଛି।  କାରଣ ସାଉଦି ଆରବରେ ନିର୍ମାଣଧୀନ ଜେଦାହ ଟାଓ୍ଵାର ବୁର୍ଜ ଖଲିଫା ଟାଓ୍ଵାରଠୁ ଅଧିକ ଉଚ୍ଚ ହେବାକୁ ଯାଉଛି। ଏହି ଟାଓ୍ଵାରର ଉଚ୍ଚତା ଏକ କିଲୋମିଟରରୁ ଅଧିକ ହେବ ତଥା ୩ ହଜାର ୩୦୦ ଫୁଟ। ବର୍ତ୍ତମାନ ବୁର୍ଜ ଖଲିଫା ଟାଓ୍ଵାରର ଉଚ୍ଚତା ୨ ହଜାର ୭୨୨ ଫୁଟ।

ଜେଦାହ ଟାଓ୍ଵାରକୁ ନିର୍ମାଣ କରୁଥିବା ପ୍ରିନ୍ସ ଅଲଭଲିଦ ବିନ ତଲାଲ କହିଛନ୍ତି ଏହି ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ମାତ୍ର ୨୦୧୯ ପର୍ୟ୍ୟନ୍ତ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଯିବ। ୨୦୧୧ରେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ୩୬ ମାସ ମଧ୍ୟରେ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇ ପ୍ରସ୍ତୁତ ହୋଇଯିବ। ୨୦୧୪ ନଭେମ୍ବରରେ ଏହି ଅଟ୍ଟାଳିକାର ୪ ମହଲା ନର୍ମାଣ ହୋଇସାରିଥିଲା।

ସେହି ସମୟରେ ନିର୍ମାଣ ଦେଖି ଏହା ୨୦୧୮ରେ ସଂପୂର୍ଣ୍ଣ ହୋଇଯିଵ ବୋଲି ଅଲଭଲିଦ କହିଥିଲେ। ମାତ୍ର ୨୦୧୪ରେ ନିର୍ମାଣକାରୀ ସଂସ୍ଥା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା ଏବଂ ନିର୍ମାଣ ବନ୍ଦ ରହିଥିଲା। ପୁଣି ୨୦୧୫ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ଏବେ ଏହି ଅଟ୍ଟାଳିକାର ୩୦ ମହଲା ନିର୍ମାଣ ସଂପୂର୍ଣ୍ଣ ହୋଇଯାଇଛି। ଏବେ ଅଟ୍ଟାଳିକା ଉପରେ ଛିଡ଼ା ହେଲେ ଜେଦାହ ସହରର ଅଧିକାଂଶ ଅଞ୍ଚଳ ଦେଖା ଯିବା ସହ ସମୁଦ୍ର ନଜର ଆସୁଛି।

  • Tags:

Subscribe

National International State Sports Entertainment