ସୋମବାର ପୁର୍ନବାର ହୋଇପାରେ ସାଇବର ଆକ୍ରମଣ, ବ୍ୟାଙ୍କ-ବିମାନବନ୍ଦରକୁ ସତର୍କ ସୂଚନା ଜାରି
Khabar Odisha:businesses-institutions-brace-for-monday-as-new-ransomware-threat-lingers

ନୂଆଦିଲ୍ଲୀ,ମେ୧୪(ଖବର ଓଡ଼ିଶା): ଭାରତ ସମେତ ଦୁନିଆର ୧୦୦ ଦେଶରେ ଶୁକ୍ରବାର ହୋଇଥିବା ସାଇବର ଆକ୍ରମଣ ପରେ ସୋମବାର ମଧ୍ୟ ପୁର୍ନବାର ସାଇବାର ଆକ୍ରମଣ ହେବାର ଆଶଙ୍କା ରହିଛି। ରବିବାର ଏକ ସାଇବର ସୁରକ୍ଷା ଗବେଷକ ସୋମବାର ପୁର୍ନବାର ସାଇବର ଆକ୍ରମଣ ହେବାର ଚେତାବନୀ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି  ଭାରତ ସମେତ ବିଶ୍ଵର ଅନେକ ଦେଶର ବ୍ୟାଙ୍କ, ବିମାନବନ୍ଦର, ଟେଲିକମ ନେଟଓ୍ଵର୍କ ଓ ଷ୍ଟକ ମାର୍କେଟକୁ ସତର୍କ କରିଦିଆଯାଇଛି। ଏହା ସହ ପରାମର୍ଶ ଦିଆଯାଇଛି ଯେ ଏହି ଧରଣର ଆକ୍ରମଣରୁ ବଞ୍ଚାଇବାକୁ ନିଜକୁ ପ୍ରସ୍ତୁତ ରଖନ୍ତୁ। ଇତି ମଧ୍ୟରେ ୟୁରୋପର ପ୍ରମୁଖ ସୁରକ୍ଷା ଏଜେନ୍ସି ୟୁରୋପୋଲର ନିର୍ଦ୍ଦେଶକ ରବ ଓ୍ଵେନରାଇଟ ମଧ୍ୟ ପରବର୍ତ୍ତୀ ସାଇବର ଆକ୍ରମଣ ହେବାର ଆଶଙ୍କା ପ୍ରକାଶ କରିଛନ୍ତି।

ବ୍ରିଟେନର ସୁରକ୍ଷା ଗବେଷକ ମଲଭେୟର ଟେକ କହିଛନ୍ତି ଯେ ଶୁକ୍ରବାର ହୋଇଥିବା ସାଇବର ଆକ୍ରମଣ ପରେ ସୋମବାର ପୁର୍ନବାର ଏହି ଆକ୍ରମଣ ହୋଇପାରେ। ସାଇବର ଆକ୍ରମଣରେ ରେନ୍ସମଭାୟର ନାମକ ଭାଇରସ ୧୦୦ରୁ ଉର୍ଦ୍ଧ୍ଵ ଦେଶର ୧ ଲକ୍ଷ ୨୫ ହଜାର କମ୍ପ୍ୟୁଟରରେ ପ୍ରବେଶ କରିଥିଲା। ଏଥିରେ ଆନ୍ଧ୍ର ପ୍ରଦେଶ ପୋଲିସର କମ୍ପ୍ୟୁଟର ମଧ୍ୟ ସାମିଲ ଅଛି।

ମଲଭେୟର ଟେକ କହିଛନ୍ତି ଯେ ଅମେ ରେନ୍ସମଭେୟରକୁ ରୋକିବାରେ ସଫଲ ହୋଇଛନ୍ତି, ମାତ୍ର ସାଇବର ଆକ୍ରମଣ କରୁଥିବା ଲୋକେ ଚୁପ ହୋଇ ବସିବେ ନାହିଁ। ସେମାନେ ପୁର୍ନବାର ଆକ୍ରମଣ କରିପାରନ୍ତି। ଯାହା ଅଧିକ ଶକ୍ତିଶାଳୀ ଓ କ୍ଷତିକାରକ ହୋଇପାରନ୍ତି ଏବଂ ଏହାକୁ ରୋକିବା ଆମ ପକ୍ଷେ ସମ୍ଭବ ହେବ ନାହିଁ। 

  • Tags:

Subscribe

National International State Sports Entertainment