ପରମ୍ପରା : ଭଲ ବର ପାଇଁ ଲଣ୍ଡା ହୁଅନ୍ତି ଯୁବତୀ
Khabar Odisha:borana-tribes-women-remain-bald-for-marriage-in-south-africa
ସାଉଥ୍‌ ଆଫ୍ରିକା, ମେ ୧୩(ଖବର ଓଡିଶା): ସାଉଥ ଆଫ୍ରିକାର ଇଥୋପିଆ ଓ ସୋମାଲିଆ ମଧ୍ୟ ଅଞ୍ଚଳର ବସ୍ତିରେ ବୋରାନା ଜନଜାତିର ଲୋକ ବାସ କରନ୍ତି । ଏହି ଜନଜାତିର ଝିଅମାନଙ୍କ କେଶକୁ ବିବାହ ପୂର୍ବରୁ କାଟି ଦିଆଯାଇଥାଏ । ବିବାହ ପରେ ଯୁବତୀମାନେ କେଶ ବଢ଼ାଇବାର ସୁଯୋଗ ପାଇଥାନ୍ତି । ବୋରାନା ସମ୍ପ୍ରଦାୟର ଝିଅମାନେ ଭଲ ବର ପାଇବା ପାଇଁ ନିଜ କେଶକୁ ସମ୍ପୂର୍ଣ୍ଣ କାଟି ଦେଇଥାନ୍ତି । ଅବିବାହିତ ସମୟରେ କେଶ କାଟିଲେ ବୈବାହିକ ଜୀବନ ସଫଳ ହୋଇଥାଏ ବୋଲି ଏ ସମ୍ପ୍ରଦାୟ ବିଶ୍ୱାସ କରନ୍ତି ।
 
ଏଠିକାର ଲୋକଙ୍କୁ ଫଟୋ ମଧ୍ୟ ଉଠାଇବା ପସନ୍ଦ ନୁହେଁ । ସେମାନେ ଭାବନ୍ତି ଫଟୋ ଉଠାଇଲେ ଶରୀରରେ ରକ୍ତର ଅଭାବ ହୁଏ । ବୋରାନା ସମ୍ପ୍ରଦାୟର ମହିଳାମାନେ ଛେଳି ଚମଡାରୁ ତିଆରି ପରମ୍ପରାଗତ ପୋଷାକ ପିନ୍ଧିଥାନ୍ତି । କେବଳ ଏତିକି ନୁହେଁ ନିଜକୁ ସୁନ୍ଦର ରଖିବା ପାଇଁ ଏମାନେ ଘିଅର ମଧ୍ୟ ବ୍ୟବହାର କରନ୍ତି । ଘରେ ଯଦି ପିଲା ଜନ୍ମ ହୁଏ ତେବେ ମହିଳାମାନେ ପାରମ୍ପରିକ ନୃତ୍ୟ ମଧ୍ୟ କରିଥାନ୍ତି । ପିଲାଙ୍କ ନାମ ଆଦିବାସୀ ନିୟମ ଓ ଜନ୍ମ ହୋଇଥିବା ଦିନର ସମୟକୁ ଧରାଯାଇ ରଖାଯାଏ ।
 
ଶିକ୍ଷା, ସଚେତନତା, ଆଧୁନିକତା ଏମାନଙ୍କୁ ଛୁଇଁ ପାରିନାହିଁ । ନିଜର ପରମ୍ପରା ଓ ଆଦିବାସୀ ନିୟମମାନଙ୍କୁ ଜାବୁଡି ଧରିଛନ୍ତି ବୋରାନା ସମ୍ପ୍ରଦାୟ । କିଛିଗୁଡାଏ ଅନ୍ଧବିଶ୍ୱାସ ହୋଇଥିଲେ ମଧ୍ୟ ସେମାନେ ସେ ସବୁକୁ ବଡ କଟକଣାର ସହ ମାନି ଚଳିଥାନ୍ତି ।
  • Tags:

Subscribe

National International State Sports Entertainment