ଚାଲ ଗାଁରେ ରହିବା, ମେୟର ଦେବେ ୧.୪୩ ଲକ୍ଷ
Khabar Odisha:Mayor-of-italian-village-bormida-offering-money-for-settling
ନୂଆଦିଲ୍ଲୀ, ମେ ୧୩(ଖବର ଓଡ଼ିଶା): ସଭ୍ୟତାର ଜନ୍ମ ଗାଁରୁ ହୋଇଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । କାଳକ୍ରମେ ଗାଁରେ ଜୀବନଶୈଳୀରେ ଅନେକ ବାଧା ପହଂଚିବାରୁ ଲୋକେ ସହରଆଡକୁ ମୁହାଉଛନ୍ତି । ଗାଁ ଗଣ୍ଡା ଅପେକ୍ଷା ସହରରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ ଓ ଅନ୍ୟାନ୍ୟ ସୁବିଧା ଯୋଗୁଁ ଲୋକ ଗାଁରେ ରହିବାକୁ ପସନ୍ଦ କରୁଛନ୍ତି । ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ଆରବ ଇମିରେଟ ଭଳି ଦେଶମାନଙ୍କରେ କେବଳ ସହର ହିଁ ଦେଖାଯାଇଥାଏ । ସହରକୁ ସୁନ୍ଦର ରୂପ ଦେବା ପାଇଁ ସେଠାକାର ସରକାର ଯତ୍ନବାନ ଥିବାବେଳେ, ଇଟାଲିର ଜଣେ ମେୟର ଗାଁକୁ ସଜାଡିବାରେ ଲାଗିପଡ଼ିଛନ୍ତି । ମେୟର ଗାଁରେ ରହିବାକୁ ଚାହୁଁଥିବା ଲୋକଙ୍କୁ ୧ଲକ୍ଷ ୪୩ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଯେଉଁ ଲୋକ ବୋରାମିଡ ଗାଁରେ ରହିବ, ସେ ମେୟରଙ୍କ ଠାରୁ ୧ଲକ୍ଷ ୪୩ ହଜାର ଟଙ୍କା ପାଇବ ବୋଲି ହୋଇଛି ଘୋଷଣା । ପୌରସଂସ୍ଥାଠାରୁ ଅଳ୍ପ ଦୂରରେ ଥିବା ଏହି ଗାଁକୁ ବଂଚାଇ ରଖିବାକୁ ଯାଇ ମେୟର ଏଭଳି ଅଭିନବ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଜଣାପଡ଼ିଛି ।

ଇଟାଲି ଭଳି ବ୍ୟସ୍ତ ବହୁଳ ଦେଶରେ ଲୋକ ଶାନ୍ତିରେ ରହିବା ପାଇଁ ଛୋଟ-ଛୋଟ ଜାଗା ଖୋଜନ୍ତି । ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି । ଏଭଳି ସ୍ଥିିତିରେ ବୋରାମିଡ ମେୟର ଡାନିଏଲ୍ ଗୈଲ୍ଲିୟାନା ଲୋକମାନଙ୍କୁ ଗାଁରେ ରଖିବା ପାଇଁ ଏକ ବିଶେଷ ଧରଣର ଯୋଜନା ପ୍ରସ୍ତୁତକରିଛନ୍ତି । ସରକାରଙ୍କ ଏହି ଯୋଜନାକୁ ପୌରସଂସ୍ଥାର ମଂଜୁରୀକୁ ଅପେକ୍ଷା କରାଯାଇଛି ବୋଲି ଜଣାପଡ଼ିଛି । ମେୟର ଏହି ସୂଚନାକୁ ଫେସ୍ବୁକ୍ରେ ବି ସେୟାର କରିଛନ୍ତି । ଯୋଜାନ ଅନୁସାରେ ଏହି ଗାଁରେ ରହିବାକୁ ଇଚ୍ଛା ରଖିଥିବା ଲୋକଙ୍କୁ ୧୭୦୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୧ ଲକ୍ଷ ୪୩ ହଜାର ଟଙ୍କା ମିଳିବ ।

ଏଠାରେ ରହିବାକୁ ଚାହୁଥିବା ଲୋକଙ୍କୁ କେବଳ ୪୦ ପାଉଣ୍ଡ ଅର୍ଥାତ ପାଖାପାଖି ୩୪୦୦ଟଙ୍କା ମାସକୁ ଦେବାକୁ ପଡ଼ିବ ।  ଅଦ୍ଭୂତ ଯୋଜନା ପ୍ରସ୍ତୁତ କରି ମେୟର ଡାନିଏଲ ଗୈଲ୍ଲିୟାନୋ ଏହି ଗାଁକୁ ଜୀବିତ ରଖିବାକୁ ଚାହାନ୍ତି ବୋଲି ସେ କହିଛନ୍ତି । ପହାଡିଆ ଅଂଚଳରେ ଥିବା ଏହି ଗାଁରେ ବର୍ତମାନ ୩୯୪ ଲୋକ ରହନ୍ତି । ଡାନିଏଲଙ୍କ ଫେସ୍ବୁକ୍ ପୋଷ୍ଟକୁ କମେଣ୍ଟ ଆସୁଛି । ଲୋକ ୱାଇ-ଫାଇ ସୁବିଧା ସମ୍ପର୍କରେ ପରେ ପଚାରୁଛନ୍ତି । ଗାଁର ଚିତ୍ର ଦୂରରୁ ସୁନ୍ଦର ଦେଖାଯାଉଥିଲେ ବି ଏଠାରେ କୌଣସି ପର୍ଯ୍ୟଟନ ସ୍ଥଳ ନାହିଁ ।

  • Tags:

Subscribe

National International State Sports Entertainment