ସାଇବର ଆକ୍ରମଣ: ଟାର୍ଗେଟରେ ୯୯ଟି ଦେଶର ୭୫ ହଜାର କମ୍ପ୍ୟୁଟର
Khabar Odisha:Cyber-attacks-in-74-countries-with-ransomware-says-kaspersky-experts
ନୂଆଦିଲ୍ଲୀ, ମେ ୧୩(ଖବର ଓଡ଼ିଶା): ବ୍ରିଟେନର ଅନେକଗୁଡ଼ିଏ ହସ୍ପିଟାଲରେ ଥିବା କମ୍ପ୍ୟୁଟରଗୁଡ଼ିକୁ ସାଇବର ଆକ୍ରମଣକାରୀଙ୍କ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ରୈଜମୱେର ମାଧ୍ୟମରେ ହ୍ୟାକ କରିଦିଆଯାଇଛି । ରିପୋର୍ଟ ଅନୁସାରେ ସାଇବାର ଆକ୍ରମଣକାରୀମାନେ ୯୯ଟି ଦେଶକୁ ଟାର୍ଗେଟ ବନାଇଛନ୍ତି । ସେମାନଙ୍କର ଲକ୍ଷ୍ୟ ଯେ, ହ୍ୟାକ୍ କରି ୭୫ ହଜାର କମ୍ପ୍ୟୁଟରକୁ ଖରାପ କରିବେ ଓ ବଦଳରେ କୋଟି କୋଟି ଟଙ୍କା ରୋଜଗାର କରିବେ । ବ୍ରିଟେନ୍ର ନେସନାଲ ହେଲଥ ସର୍ଭିସକୁ ଟାର୍ଗେଟ ବନାଇଥିବା ରୈଜମୱେର ନାମ ହେଉଛି ୱାପାକ୍ରାଇପ୍ଟଓଆର ୨.୦ । ଏହା କମ୍ପ୍ୟୁଟରକୁ ରିମୋଟଲି ଲକ୍ କରି ଡାଟାକୁ ଖରାପ କରିଦେଇଥାଏ । ଏହି ଡିକ୍ରିପ୍ଟ ଓ କମ୍ପ୍ୟୁଟରକୁ ଅନ୍ଲକ୍ କରିବା ପାଇଁ ହ୍ୟାକର୍ସ ଟଙ୍କା ମାଗନ୍ତି । ସାଇବର ସୁକ୍ୟୁରିଟି ବିଶେଷଜ୍ଞଙ୍କ କହିବା ଅନୁସାରେ ନେସନାଲ ସିକ୍ୟୁରିଟି ଦ୍ୱାରା ବିକାଶ କରାଯଇଥିବା ଶୈଳୀକୁ ହ୍ୟାକର୍ସ ଆପଣାଇଛନ୍ତି । ଏହି ବିପଦପୂର୍ଣ୍ଣ ମୈଲୱେରକୁ ଇମେଲ ମାଧ୍ୟମରେ କମ୍ପ୍ୟୁଟକୁ ପଠାଯାଇଥାଏ ।

ୱିଣ୍ଡୋ ଏକ୍ସପିକୁ ଟାର୍ଗେଟ
ଏହି ସାଇବର ଆକ୍ରମଣ ୱିଣ୍ଡୋ ଏକ୍ସପିକୁ ଟାର୍ଗେଟ ବନାଯାଇଛି । ବ୍ରିଟେନର ଯେଉଁ ହସ୍ପିଟାଲରେ କମ୍ପ୍ୟୁଟର ହ୍ୟାକ୍ ହୋଇଛି, ଏଥିରେ ଅଧିକାଂଶ ୱିଣ୍ଡୋ ଏକ୍ସପି ରହିଛି । ମାଇକ୍ରୋସଫ୍ଟ ଏହି ଅପରେଟିଂ ସିଷ୍ଟମର ସପୋର୍ଟକୁ ପୂର୍ବରୁ ବନ୍ଦ କରିଦେଇଛି । ସାଇବର ସିକ୍ୟୁରିଟି ବିଶେଷଜ୍ଞ ଓ ଇଥିକାଲ ହ୍ୟାକର୍ସଙ୍କ ମୁତାବକ ଏହା ଆରମ୍ଭ ମାତ୍ର । ହ୍ୟାକର୍ସ ଆଗକୁ ଏନ୍ଏସ୍ଏର ଲିକ୍ଡ ଟ୍ରଲକୁ ଟାର୍ଗେଟ ବାନଇଛନ୍ତି ।

ଭାରତକୁ ବିପଦ
ଭାରତରେ ଅଧିକାଂଶ କାର୍ଯ୍ୟାଳୟରେ ୱିଣ୍ଡୋ ଏକ୍ସପି ବ୍ୟବହାର ହୋଇଥାଏ । ଏଟିଏମ୍ କହନ୍ତୁ ଅଥବା ବେସରକାରୀ, ସରକାରୀ କାର୍ଯ୍ୟାଳୟରେ ୱିଣ୍ଡୋ ଏକ୍ସପି ଲାଗିଥାଏ । ଏଥି ପାଇଁ ସରକାରଙ୍କୁ ପୁରୁଣା ଅପରେଟିଂ ସିଷ୍ଟମକୁ ବାହାର କରି ନୂଆ ଅପରେଟିଂ ସିଷ୍ଟମ ଆଣିବା ଦରକାର । ଦିନକୁ ଦିନ ସାଇବର ଆକ୍ରମଣ ବଢୁଛି । ଏସିଆ ମହାଦେଶରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି ।

ସୁରକ୍ଷିତ ରଖନ୍ତୁ ନିଜ କମ୍ପ୍ୟୁଟର
ମାଇକ୍ରୋସଫ୍ଟ ୱିଣ୍ଡୋ ୟୁଜର୍ସଙ୍କ ପାଇଁ ମାର୍ଚ୍ଚରେ ସିକ୍ୟୁରିଟି ସଫ୍ଟୱେର ଅପଡେଟ କରିଥିଲା । ଯଦି ଆପଣ ଏହାକୁ ଇନଷ୍ଟଲ କରି ନାହାନ୍ତି, ତେବେ ଶୀଘ୍ର କରିବା ଦରକାର । ଏହା ଦ୍ୱାରା ଆପଣଙ୍କ କମ୍ପ୍ୟୁଟର ସୁରକ୍ଷିତ ରହିବ ।

 

  • Tags:

Subscribe

National International State Sports Entertainment