ଭାରତର କୂଟନୀତିକ ବିଜୟ: ‘ଓ୍ଵାନ ବେଲ୍ଟ ଓ୍ଵାନ ରୋଡ’ରେ ଚୀନକୁ ମିଳିଲା ସୀମିତ ସମର୍ଥନ
Khabar Odisha:

ନୂଆଦିଲ୍ଲୀ,ମେ୧୪(ଖବର ଓଡ଼ିଶା): ଓ୍ଵାନ ବେଲ୍ଟ ଓ୍ଵାନ ରୋଡପ୍ରକଳ୍ପ ଜରିଆରେ ବିଶ୍ଵରେ ନିଜର ପ୍ରଭୁତ୍ଵ ବିସ୍ତାର କରିବାକୁ ଚୀନ ପ୍ରୟାସ କରୁଛି। ମାତ୍ର ଭାରତ କେବଳ ଏକ ମାତ୍ର ଦେଶ ଯିଏ ଡ୍ରାଗନର ଏହି ପ୍ରକଳ୍ପ ନେଇ ସନ୍ଦେହ ପ୍ରକାଶ କରିଛି। ଓ୍ଵାନ ବେଲ୍ଟ ଓ୍ଵାନ ରୋଡପ୍ରସଙ୍ଗରେ ଭାରତକୁ କୂଟନୀତିକ ବିଜୟ ମିଳିଛି। ଯେଉଁ ୬୫ ଦେଶ ଏହି ପ୍ରକଳ୍ପରେ ସାମିଲ ହେବା ନେଇ ଆଗ୍ରହ ପ୍ରକାଶ କରୁଥିଲେ ସେଥି ମଧ୍ୟରୁ ମାତ୍ର ୨୫ଟି ଦେଶ ଏହି ପ୍ରକଳ୍ପରେ  ସାମିଲ ହେବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ଅର୍ଥାତ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବିଶେଷ ନିମନ୍ତ୍ରଣକୁ ୬୫ ଦେଶ ମଧ୍ୟରୁ ୪୪ଟି ଦେଶ ଅଗ୍ରାହ୍ୟ କରିଛନ୍ତି। ଏହି ୪୪ ଦେଶର ରାଷ୍ଟ୍ରମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି ଓ୍ଵାନ ବେଲ୍ଟ ଓ୍ଵାନ ରୋଡସମ୍ମିଳନୀରୁ ବ୍ୟକ୍ତିଗତ ଭାବେ ମୁହଁ ଫେରାଇ ନେଇଛନ୍ତି। ଚୀନର ସମସ୍ତ  କୂଟନୀତିକ ଉଦ୍ୟମ ସତ୍ତ୍ଵେ ମଧ୍ୟ ଅନ୍ୟ ଦେଶର ରାଷ୍ଟ୍ର ମୁଖ୍ୟ ଏହି ସମ୍ମିଳନୀରେ ନିଜେ ସାମିଲ ନ ହୋଇ ନିଜର ପ୍ରତିନିଧିଙ୍କୁ ପଠାଇବାକୁ ଉଚିତ ମଣିଛନ୍ତି।

ଚୀନର ଏହି ପ୍ରକଳ୍ପରେ ନେପାଳ, ଶ୍ରୀଲଙ୍କା ଓ ପାକିସ୍ତାନ ପରି ପଡ଼ୋଶୀ ଦେଶ ସାମିଲ ହୋଇଛନ୍ତି। ମାତ୍ର ଭାରତ ବିନା ଚୀନର ଏହି ସ୍ଵପ୍ନର ପ୍ରକଳ୍ପ ସଂପୂର୍ଣ୍ଣ ହେବା ସହଜ ନୁହେଁ। ଭାରତର କହିବା କଥା ଚୀନର ଓ୍ଵାନ ବେଲ୍ଟ ଓ୍ଵାନ ରୋଡପ୍ରକଳ୍ପର ବଡ଼ ଭାଗ ଚୀନ-ପାକିସ୍ତାନର ଆର୍ଥିକ କରିଡ଼ର ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଦେଇ ଯାଉଛି। ଚୀନ ପିଓକେରେ ପ୍ରକଳ୍ପର ନିର୍ମାଣ ସମୟରେ ଭାରତ ଅନୁମତି ଲୋଡ଼ିନାହିଁ। ଯାହାକି ଭାରତ ଅଖଣ୍ଡତାକୁ ଉଲ୍ଲଂଘନ କରୁଛି। ଏହା ସହ ଭାରତ ଚୀନ-ପାକିସ୍ତାନ ଆର୍ଥିକ କରିଡ଼ର ଉପରେ ମଧ୍ୟ ଆପତ୍ତି କରିଛି। ମାତ୍ର ଭାରତ ଏହି ଅଭିଯୋଗ ପରେ ଚୀନ ଏହାର ନାମ ପରିବର୍ତ୍ତନ କରିବାକୁ  ପ୍ରଥମେ ସମ୍ମତି ପ୍ରକାଶ କରିଥିଲା, କିନ୍ତୁ ପରେ ଏହାକୁ ଏଡ଼ାଇ ଦେଇଥିଲା। ଚୀନକୁ ଭାରତର ସମର୍ଥନ ଆବଶ୍ୟକ ଏଥିପାଇଁ କାରଣ ଆମେରିକା ସମେତ ଅନେକ ବଡ଼ ଦେଶ ଚୀନର ଉଦ୍ଦେଶ୍ୟକୁ ସନ୍ଦେହ ନଜରରେ ଦେଳଖୁଛନ୍ତି।

ଭାରତକୁ ଘେରିବା ଚୀନର ଚାଲ ହେଲା ନିଷ୍ଫଳ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୧୩ରେ ଓ୍ଵାନ ବେଲ୍ଟ ଓ୍ଵାନ ରୋଡପ୍ରକଳ୍ପର କଳ୍ପନାକୁ ଦୁନଆ ସାମ୍ନାରେ ରଖିବା ପୂର୍ବରୁ ଭାରତକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲା। ମାତ୍ର ଚୀନର ଏହି ଉଦ୍ଦେଶ୍ୟ ସଫଳ ହୋଇନାହିଁ। ଭାରତର ପଡ଼ୋଶୀ ଦେଶ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନ ଏହି ପ୍ରକଳ୍ପରେ ସାମିଲ ହୋଇଛନ୍ତି। ଚୀନ ଭାବିଥିଲା ଯେ ଏହି କୂଟନୀତି ଆଧାରରରେ ଭାରତକୁ ଘେରିବାରେ ସଫଳ ହେବ ଏବଂ ନିଜର ସର୍ତ୍ତ ନେଇ ଓ୍ଵାନ ବେଲ୍ଟ ଓ୍ଵାନ ରୋଡପ୍ରକଳ୍ପରେ  ଭାରତକୁ ରାଜି କରାଇବାରେ ସଫଳ ହେବ। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ଚୀନର ଏହି ରଣନୀତି ନିଷ୍ଫଳ ହୋଇଛି। 

  • Tags:

Subscribe

National International State Sports Entertainment