ମାତୃତ୍ୱର ବିରଳ ପରିଚୟ : ସଂସଦରେ ସ୍ତନ୍ୟପାନ କରାଇଲେ ଅଷ୍ଟ୍ରେଲିଆ ସାସଂଦ
Khabar Odisha:
ସିଡନୀ,ମା ୧୧(ଖବର ଓଡିଶା): ହାର ମାନିଛି ନିୟମ। ସଂସଦ ପରିସରରେ ସ୍ତନ୍ୟପାନ କରାଇ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇପାରିଛନ୍ତି ସାଂସଦ ଲାରିସା ୱାଟର୍ । ସେ ନିଜ ୨ ମାସର ଝିଅ ଆଲିଆକୁ ସଂସଦ ପରିସରରେ ସ୍ତନ୍ୟପାନ କରାଇ ଅଷ୍ଟ୍ରେଲିଆ ରାଜନୀତିର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି । ଏହି ସୁନ୍ଦର ଅନୁଭୂତିକୁ ଲାରିସା ନିଜ ଟ୍ୱିଟର ପେଜରେ ସେୟାର କରି ନିଜ ଖୁସି ଜାହିର କରିବା ସହ କହଛନ୍ତି, ସଂସଦରେ କ୍ଷୀର ପିଇଥିବା ମୋ ଝିଅ ଆଲିଆ ପ୍ରଥମ ଶିଶୁ ଭାବେ ପରିଚୟ ସୃଷ୍ଟି କରିଛି ।  
 
ଅଷ୍ଟ୍ରେଲିଆ ସଂସଦ ନିୟମ ଅନୁସାରେ, କୌଣସି ଶିଶୁଙ୍କୁ ସଂସଦ ପରିସର ଭିତରକୁ ନଯିବାକୁ ନିର୍ଦ୍ଦେଷ ଦିଆଯାଇଛି । ଏପରିକି ୨୦୦୩ରେ ସାଂସଦ କ୍ରିଷ୍ଟି ମାର୍ଶଲ ନିଜ ୧୧ ଦିନର ଛୋଟଛୁଆକୁ ସଂସଦ ଭିତରେ ସ୍ତନ୍ୟପାନ କରାଇଥିବାରୁ ତାଙ୍କୁ ସଂସଦ ମଧ୍ୟରୁ ବାହାର କରି ଦିଆଯାଇଥିଲା। ତେବେ ସଂସଦର ଏହି ନିୟମ ପରିବର୍ତ୍ତନ କରିବାକୁ ଲାରିସାଙ୍କୁ ବେଶ୍ ପରିଶ୍ରମ କରିବାକୁପଡିଥିଲା। ଶେଷରେ ମା’ର ଛୁଆ ପ୍ରତି ଥିବା ଭଲପାଇବା ଆଗରେ ହାର୍ ମାନିଥିଲା ସମ୍ବିଧାନ। ନିୟମ ପରିବର୍ତ୍ତନ ସହ ସଂସଦ ପରିସରରେ ଶିଶୁଙ୍କ ରକ୍ଷଣାବେକ୍ଷଣ କରିବାକୁ ଅନୁମତି ଦେଇଥିଲାଅଷ୍ଟ୍ରେଲିଆ ସଂସଦ।

 
  • Tags:

Subscribe

National International State Sports Entertainment