କେବଳ ପରଦାରେ ନୁହେଁ ବାସ୍ତବ ଜୀବନରେ ବି ରହିଛି ଦେବସେନାଙ୍କ ସହ ପ୍ରଭାସଙ୍କ ସଂମ୍ପର୍କ?
Khabar Odisha:Pravash-is-in-relationship-with-Devsena
ମୁମ୍ୱାଇ, ମଇ୦୬(ଖବର ଓଡ଼ିଶା): ବାହୁବଲୀର ପ୍ରଥମ ଭାଗରେ ପ୍ରଭାସ ଏବଂ ତମନ୍ନାଙ୍କ ଯୋଡ଼ିର ଯାଦୁକୁ ମାତ ଦେଇଛି ବାହୁବଲୀ-ଅନୁଷ୍କାଙ୍କ ରୋମାନ୍ସ। କହିବାକୁ ଗଲେ ବକ୍ସ ଅଫିସରେ ଏହି ଯୋଡ଼ି ସିନେମାହଲରୁ ବାହାରୁଥିବା ପ୍ରତିଟି ଲୋକଙ୍କ ମୁଁହରେ ଏକ ନିଆରା ଛାପ ଛାଡ଼ୁଛି। ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମକାହାଣୀ ଏବଂ କେବଳ ଦେବସେନାଙ୍କ ପାଇଁ ସିଂହାସନ ତ୍ୟାଗ କରିଥିବା ବାହୁବଲୀ ନିଜର ପ୍ରେମର ପ୍ରମାଣ ଦେଇଛନ୍ତି। ତେବେ ବାସ୍ତବ ଜୀବନରେ ଏହାର କେତେ ସତ୍ୟତା ରହିଛି ତାହା ବୋଧହୁଏ ସମସ୍ତେ ଜାଣିବାକୁ ଚାହୁଁଥିବେ?
 
ଚଳଚିତ୍ରରେ ଅନେକ ଏପରି ଅନେକ ଦୃଶ୍ୟ ରହିଛି ଯେଉଁଥିରେ ପ୍ରଭାସ-ଅନୁଷ୍କା ଦୁହେଁ ଭାବପ୍ରବଣ ଏବଂ ରୋମାଣ୍ଟିକ ହୋଇଛନ୍ତି। ଦୁହିଁଙ୍କ ମଧ୍ୟରେ ମନେରଖିବାପରି ସମ୍ପର୍କ ଥିବା ଜଣାପଡ଼ୁଛି। ଯେବେ ବାହୁବଲୀ ଦେବସେନାଙ୍କୁ ନିଜ ବାହୁରେ ଚଢ଼ି ଯିବା ପାଇଁ କୁହନ୍ତି ସେତେବେଳେ ଏହା କେବଳ ପରଦା ଉପରେ ନାଁ ପରେ ବୋଲି ଜାଣିବାକୁ ବେଶ ଇଚ୍ଛା ହୁଏ।
 
କହିବାକୁ ଗଲେ ବାହୁବଲୀ ପୂର୍ବରୁ ପ୍ରଭାସ ଏବଂ ଦେବସେନା ଓରଫ ଅନୁଷ୍କା ସେଟ୍ଟି ସାଉଥର ଅନେକ ଚଳଚିତ୍ରରେ କାମ କରିସାରିଛନ୍ତି। ଏପରିକି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ମଧ୍ୟ ରହିଆସିଛି। ତେଣୁ ଆପଣ ଏହି କାହାଣୀକୁ ସାଧାରଣ ବୋଲି ଭାବନ୍ତୁ ନାହିଁ ।
 
ଫିଲ୍ମର ପ୍ରମୋଶନ ସମୟରେ ମଧ୍ୟ ଦୁହିଁଙ୍କ କେମିଷ୍ଟ୍ରି ଅଲଗା  ଦେଖାଯାଇଥିଲା। ପ୍ରଭାସ ଅନୁଷ୍କା ସେଟ୍ଟିଙ୍କୁ ଏତେ ଭଲ ପାଉଥିଲେ ଯେ ତିନି ବର୍ଷ ପର୍ଯ୍ୟନ୍ତ ସେ ଅନ୍ୟତ୍ର ତାଙ୍କର ବିବାହ କରିବାକୁ ଦେଇନଥିଲେ। ଏବେ ପର୍ଯ୍ୟନ୍ତ ଅନୁଷ୍କା ମଧ୍ୟ ଏକା ଅଛନ୍ତି। ଦୁହିଁଙ୍କ ପରିବାର ବିବାହ ବିଷୟରେ ଭାବିବା ଆରମ୍ଭ କରିଦେଇଛନ୍ତି।
ଅନ୍ୟପକ୍ଷେ ଦେଖିବାକୁ ଗଲେ ନିଜର ସୁନ୍ଦରତା ଏବଂ ଅଭିନୟ ବଳରେ କୌଣସି ମାମଲାରେ ମଧ୍ୟ ବାହୁବଲୀଙ୍କ ଠାରୁ ପଛରେ ନାହାନ୍ତି ଅନୁଷ୍କା । ଏପର୍ଯ୍ୟନ୍ତ ପ୍ରଭାସ କୌଣସି ଝିଅଙ୍କୁ ବିବାହ କରିବାକୁ ହଁ ମଧ୍ୟ କରିନାହାନ୍ତି। ଯାହା ଶୁଣାଯାଏ ଯେ ସେ ଇତିମଧ୍ୟରେ 6ହଜାର ଝିଅଙ୍କ ସହ ବିବାହ ପ୍ରସ୍ତାବକୁ ମନା କରିସାରିଛନ୍ତି । ତେବେ ଆମେ କେବଳ ଦୁହିଁଙ୍କ ଆଗାମୀ ପଦକ୍ଷେପକୁ ଅପେକ୍ଷା ହିଁ କରିପାରିବା।
  • Tags:

Subscribe

National International State Sports Entertainment