ଦେଶରେ ଶୀଘ୍ର ଖୋଲିବ ୮୦୦୦ ନୂତନ ସିବିଏସଇ ସ୍କୁଲ, ମାନ୍ୟତା ସମ୍ବନ୍ଧି କାନୁନରେ ହେଲା ପରିବର୍ତ୍ତନ
Khabar Odisha:central-board-of-secondary-education-has-cleared-over-8-000-pending-applications-for-affiliation
ନୂଆଦିଲ୍ଲୀ, ଅକ୍ଟୋବର୧୯(ଖବର ଓଡ଼ିଶା):

ଦେଶରେ ଖୁବ୍ ଶୀଘ୍ର ଖୋଲାଯିବ ନୂତନ ୮୦୦୦ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ସ୍କୁଲ। ଏନେଇ ସିବିଏସଇ ପଡ଼ି ରହିଥିବା ୮୦୦୦ ଆବେଦନ ଉପରେ ସମୀକ୍ଷା କରି ଏହି ନିର୍ଣ୍ଣୟ ନେଇଛନ୍ତି। ଏଥିରୁ କିଛି ଆବେଦନ ୨୦୦୭ ମସିହାରୁ ଆସିଥିଲା।  ଏହା ପରେ ଉପ କାନୁନ ଅନୁଯାୟୀ ଏହାକୁ ସଂଶୋଧନ କରାଯାଇଛି। ଏଥିରେ ପ୍ରକ୍ରିୟାକୁ ସରଳୀକରଣ କରାଯାଇ ସଂପୂର୍ଣ୍ଣ ଭାବେ ପେପରଲେସ୍ କରି ଦିଆଯାଇଛି। ସ୍କୁଲକୁ କେବଳ ଦୁଇଟି ଦସ୍ତାବିଜ ଜମା କରିବାକୁ କୁହାଯାଇଛି। ଏହି ସବୁ ଆବେଦନ ଉପରେ ବିଚାର କରାଯାଇ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସବୁ କାର୍ୟ୍ୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଗୁରୁବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ  ପ୍ରକାଶ ଜାଭେଦକର ନୂତନ ଉପ କାନୁନକୁ ଜାରି କରିଥିଲେ। ସେ କହିଥିଲେ ଯେ ପୂର୍ବରୁ ଥିବା  ମାନ୍ୟତା ସମ୍ବନ୍ଧି କାନୁନ ବହୁତ ଜଟିଳ ଥିଲା। ଯେଉଁଥିପାଇଁ ଏସବୁ ଆବେଦନ ଦୀର୍ଘ ଦିନ ଧରି ପଡି ରହିଥିଲା।  ପ୍ରଥମ ଥର ଉପ କାନୁନ ୧୯୮୮ରେ ତିଆରି ହୋଇଥିଲା। ଶେଷ ଥର ୨୦୧୨ରେ ଏହାର ସଂଶୋଧନ ହୋଇଥିଲା। ଏବେ ନୂତନ ଉପ କାନୁନରେ କୁହାଯାଇଛି ଯେ ଯଦି କୌଣସି ସ୍କୁଲ ପରୀକ୍ଷା ଅନିୟମିତତାରେ ଲିପ୍ତ ରହିଛି ତେବେ ଏହି ସ୍କୁଲର ମାନ୍ୟତାକୁ ରଦ୍ଦ କରାଯିବ। 

ପ୍ରକାଶ ଜାଭେଦକର କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆରଇଟି କାନୁନ ଆଧାରରେ ବିଦ୍ୟାଳୟକୁ ମାନ୍ୟତା ତଥା ଏନଓସି ଦେବା ପାଇଁ ରାଜ୍ୟ ଶିକ୍ଷା ପ୍ରଶାସନ ସ୍ଥାନୀୟ ପ୍ରଶାସନ, ରାଜସ୍ଵ ତଥା ସହକାରୀ ବିଭାଗରୁ ମିଳୁଥିବା ଅନେକ ପ୍ରମାଣ ପତ୍ରର ଯାଞ୍ଚ କରିଥାଏ। ଏହା ପରେ ଆବେଦନ ମିଳିବା ପରେ ସିବିଏସଇ  ଏହାର ପୁନଃ ଯାଞ୍ଚ କରିଥାଏ। ଏହି ପ୍ରକାରରେ ପୂରା ପ୍ରକ୍ରିୟା ଅଧିକ ଜଟିଳ ହୋଇଥାଏ। ଯାହା ଏ ପର୍ୟ୍ୟ ନ୍ତ ଦୀର୍ଘ ବର୍ଷ ଧରି ଚାଲି ଆସିଛି। 

କିନ୍ତୁ ଏବେ ସିବିଏସଇ ଦ୍ଵାରା ସ୍କୁଲର ନୀରିକ୍ଷଣ  ପରିଣାମ ଆଧାରିତ ହେବ ଏବଂ ଶିକ୍ଷାର ଗୁଣବତ୍ତା ଉପରେ ଜୋର ଦିଆଯିବ। ଉଲ୍ଲେଖଯୋଗ୍ୟ ସମଗ୍ର ଦେଶରେ ୨୦,୭୮୩ ସ୍କୁଲ ସିବିଏସଇ ମାନ୍ୟତା ପ୍ରାପ୍ତ। ଏହି ସବୁ ସ୍କୁଲ ଗୁଡିକରେ  କମରେ ୧.୯ କୋଟି ଛାତ୍ର ପଢୁଥିବା ବେଳେ  ୧୦ ଲକ୍ଷରୁ ଅଧିକ ଶିକ୍ଷକ ଅଛନ୍ତି।

Subscribe

National International State Sports Entertainment