ଫର୍ମ ଭରିବା ପରେ ମଧ୍ୟ ଫେରାଇ ନେଇ ପାରିବେ UPSCର ଆବେଦନ, ୨୦୧୯ରୁ ଆରମ୍ଭ
Khabar Odisha:upsc-allowed-the-facility-of-withdrawal-of-applications-by-candidates
ନୂଆଦିଲ୍ଲୀ,ଅକ୍ଟୋବର୦୧(ଖବର ଓଡ଼ିଶା):

ଏବେ ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ପରୀକ୍ଷାର୍ଥୀଙ୍କୁ ଆବେଦନ ଫେରାଇ ନେବାର ସୁବିଧା ଦେବାକୁ ନିଷ୍ପତ୍ତି ନେଇଛି। ଯଦି କୌଣସି ପରୀକ୍ଷାର୍ଥୀଙ୍କୁ ଲାଗୁଛି ଯେ ତାଙ୍କର ପ୍ରସ୍ତୁତି ପୂରା ହୋଇ ନାହିଁ ଏବଂ ସେ ପରୀକ୍ଷା ଦେବାକୁ ଚାହୁଁ ନାହାନ୍ତି ତେବେ  ସେହି ସ୍ଥିତିରେ ସେ ନିଜର ଆବେଦନ ଫେରାଇ ନେଇ ପାରିବେ।  ୨୦୧୯ରେ ହେବାକୁ ଥିବା ଇଞ୍ଜିନିୟରିଂ ସେବା ପରୀକ୍ଷାରୁ ଏହାର ଶୁଭାରମ୍ଭ କରାଯିବ। ମାତ୍ର ଆବେଦନ ସମୟରେ ଜମା କରାଯାଇଥିବା ଅର୍ଥ ଫେରସ୍ତ ହେବ ନାହିଁ।

ଉଲ୍ଲେଖଯୋଗ୍ୟ ଅନେକ ପରୀକ୍ଷାର୍ଥୀଙ୍କ କହିବା କଥା ଯେ ସେମାନେ ପ୍ରଥମ ଫର୍ମ ଭରନ୍ତି ମାତ୍ର ପରେ ତାଙ୍କୁ ଲାଗେ ଯେ ତାଙ୍କର ପ୍ରସ୍ତୁତି ଅଧୁରା ରହିଛି। ଏମିତିରେ ସେମାନେ ଦ୍ଵନ୍ଦରେ ଫଶି ଯାଆନ୍ତି। ଏବେ ଏହାକୁ ଧ୍ୟାନରେ ରଖି ଆୟୋଗ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପୂର୍ବରୁ ଫର୍ମ ଫେରାଇ ନେବାର ସୁବିଧା ଦେବାକୁ ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ ୟୁପିଏସସି ଦେଶରେ ପ୍ରଶାସନିକ ସେବା ସହିତ ଅନ୍ୟ ପରୀକ୍ଷାର ଆୟୋଜନ କରିଥାଏ। ଏହି ପରି ସେନା ପାଇଁ ଏନଡିଏ ଓ ସିଡିଏସର ପରୀକ୍ଷା ମଧ୍ୟ ୟୁପିଏସସି କରାଇଥାଏ। ଏହା ପୂର୍ବରୁ ଫର୍ମ ଭରିବା ପରେ ଏହାକୁ ଫେରାଇ ନେବାର ବିକଳ୍ପ ନଥିଲା। 

Subscribe

National International State Sports Entertainment