କାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍କୁଲ ଛୁଟି, ଜାଣନ୍ତୁ କେଉଁ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ରହିବ ବନ୍ଦ
Khabar Odisha:school-closed-tomorrow-many-district-in-the-state
ଭୁବନେଶ୍ଵର, ଜାନୁଆରୀ ୦୮(ଖବର ଓଡିଶା):

ଆସନ୍ତକାଲି ଭାରତ ବନ୍ଦ ଡାକରାର ଦ୍ଵିତୀୟ ଦିନ ଥିବାରୁ ସ୍କୁଲ-କଲେଜ ଛୁଟି କରାଯିବ କି ନାହିଁ ତାର ନିଷ୍ପତ୍ତି ଜିଲ୍ଲାପାଳ ନେବେ। ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସର୍ବଭାରତୀୟ ଦୁଇ ଦିନିଆ ବନ୍ଦ ଡାକରା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। 

ସୂଚନା ମୁତାବକ ରାଜ୍ୟର ଯେଉଁ କିଛି ଜିଲ୍ଲାଗୁଡିକରେ ଛୁଟି ଘୋଷଣା କରାଯାଇଛି ସେଥିରେ  ବାଲେଶ୍ଵର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଜଗତସିଂହପୁର, ସମ୍ଵଲପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ, କେନ୍ଦୁଝର, କଟକ, କେନ୍ଦ୍ରାପଡା, ବଲାଙ୍ଗିର, ବରଗଡ଼, ବୌଦ୍ଧ କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ନବରଙ୍ଗପୁର  ଆଦି ଜିଲ୍ଲା ସାମିଲ। ଏହା ପୂର୍ବରୁ କେନ୍ଦ୍ରର ଶ୍ରମିକ, କର୍ମଚାରୀମାରଣ ନୀତି ବିରୋଧରେ ଦେଶର ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆହୂତ ଦୁଇ ଦିନିଆ ହଡ଼ତାଳକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସମସ୍ତ ସ୍କୁଲ-କଲେଜ ଓ ବିଶ୍ଵ ବିଦ୍ୟାଳୟ ଛୁଟି ରହିଥିଲା। ଗତକାଲି ଏହି ବନ୍ଦର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରିଥିଲେ। 

ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କର୍ମଚାରୀମାରଣ ନୀତିକୁ ବିରୋଧ କରି ଦେଶର ପ୍ରମୁଖ ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଧର୍ମଘଟର ଆହ୍ଵାନ ଦିଆଯାଇଥିଲା। ଆଜି ଥିଲା ଏହାର ପ୍ରଥମ ଦିନ। ରାଜ୍ୟରେ ଏହାର ପ୍ରଭାବ ପରିଲଖିତ ହୋଇଥିଲା। ସକାଳୁ ଗାଡି ଚଳାଚଳ ବନ୍ଦ ରହିବା ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। 

Subscribe

National International State Sports Entertainment