କୋୟା ଜନଜାତି ଛାତ୍ରଛାତ୍ରୀ ସାଉଁଟିଲେ ସଫଳତା
Khabar Odisha:Koya-tribal-students-successed--in-HSE-exam
ଭୁବନେଶ୍ୱର, ମେ ୧୪ ( ଖବର ଓଡ଼ିଶା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ଜନଜାତି ଏବଂ ବିଶେଷ କରି ଆଦିମ ଜନଜାତିର ଛାତ୍ରଛାତ୍ରୀମାନେ ବେଶ୍ ସଫଳତା ହାସଲ କରିଥିବା ଜଣାଯାଇଛି । ଚଳିତ ଥର ପ୍ରଥମଥର ଲାଗି ରାୟଗଡ଼ା ଜିଲ୍ଳାର ଆଦିମ ଡଙ୍ଗରିଆ ଜନଜାତିର ଛାତ୍ରୀମାନେ ମାଟ୍ରିକ ପାଶ୍ କରିଥିବା ଖବର ଖୁସିର ବାତାବରଣ ସୃଷ୍ଟି କରିଥିବା ବେଳେ ମାଲକାନଗିରି ଜିଲ୍ଲାର ଏମ୍.ଭି-୭ର  ଜଗନ୍ନାଥପାଲ୍ଳୀ ହାଇସ୍କୁଲରେ ପଢ଼ୁଥିବା  କୋୟା  ଜନଜାତିର ୨୭ ଜଣଯାକ ଛାତ୍ରଛାତ୍ରୀ  ପାଖାପାଖି ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ମାର୍କ ରଖି ସଫଳତା ହାସଲ କରିଛନ୍ତି ।
 
୨୧୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦ଜଣ କୋୟା ଛାତ୍ର ଏବଂ ୭ଜଣ କୋୟା ଛାତ୍ରୀ ଏହି ଜଗନ୍ନାଥପାଲ୍ଳୀ ହାଇସ୍କୁଲର ମାଟ୍ରିକ ପରୀକ୍ଷା ଦେଇଥିଲେ ।  ବି-୨ ଗ୍ରେଡ଼୍ରେ  ଗୁପ୍ତ ମାଡକାମୀ, ବିଶାଲ ୱାଙ୍କଡାଟ, ଲାଲରାମ ପଡ଼ିଆମୀ; ବି-୧ ଗ୍ରେଡ଼୍ରେ ପବନକୁମାର ହାଂସଦା, ପ୍ରଦ୍ୟୁମ୍ନ ଦିଗାଲ, ରଂଜିତ ମାଡ଼କାମୀ, ଉମେଶ ବଡ଼ବାଟ, ମନିତା ମାଡକାମୀରଂଜିତା କବାସ, ସୁନୀତା ନାୟକ; ସି-ଗ୍ରେଡ଼୍ରେ  ବାବୁରାମ ବାଂଜାମୀ, ବିଜୟ ମାଡକାମୀ, ହରିଶ ଚନ୍ଦ୍ର ଶିଶା, ପ୍ରଦୀପ କାବାସୀ, ମୁକେଶ ମାଢ଼ି, ସୁନଧର ସୋଢ଼ି, ରମେଶ ପଡ଼ିଆମୀ, ରାଜେନ୍ଦ୍ର ସୋଢ଼ି ସୁରେନ୍ଦ୍ର ଭୁକିଆ, ଶାନ୍ତି ମାଢ଼ି ପ୍ରମୁଖ ଛାତ୍ରଛାତ୍ରୀ ସଫଳତା କରିଛନ୍ତି । ୧୯୯୦ର ସ୍ଥାପିତ ଏହି ଜଗନ୍ନାଥପାଲ୍ଳୀ ଉଚ୍ଚ ବିଦ୍ୟାଳୟ ଏ ପର୍ୟ୍ୟନ୍ତ ସରକାରୀ ବିଦ୍ୟାଳୟର ମାନ୍ୟତା ପାଇନଥିବା ଜଣାଯାଇଛି ।
  • Tags:

Subscribe

National International State Sports Entertainment