ଅର୍ଥ ଅଛି, ଦାରିଦ୍ର୍ୟ ଘୁଞ୍ଚୁନି
Khabar Odisha:odisha-tribal-people-problems-scheme-not-work
ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପାଖାପାଖି ୪୦ ପ୍ରତିଶତ । ସଂଖ୍ୟାରେ କମ୍‌ ନଥାଇ ମଧ୍ୟ ବିକାଶର ସବା ତଳେ ଅଛନ୍ତି ଏମାନେ । କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଆଦିବାସୀ ଉପଯୋଜନାର ଅଂଶକୁ ରାଜ୍ୟ ସରକାର ଅନ୍ୟତ୍ର ଖର୍ଚ୍ଚ କରୁଛନ୍ତି । ଉପଯୋଜନା ପରିସରଭୁକ୍ତ ଅଞ୍ଚଳଗୁଡିକରେ ନଗଡା ଭଳି ଗାଁମାନ ଅଛି । ସେଗୁଡିକୁ ଚିହ୍ନଟ କରିବା ପାଇଁ ମଧ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ସଡକ, ବିଜୁଳି ଓ ପାଣି ଏବେ ବି ଅନେକ ଆଦିବାସୀ ଗାଁ ପାଇଁ ଦୂର ସ୍ୱପ୍ନ ହୋଇ ରହିଛି । ଆଦିବାସୀ ପରାମର୍ଶଦାତା ବୈଠକ ନିୟନ୍ତ୍ରିତ ଭାବେ ବସୁନାହିଁ । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ମଧ୍ୟରେ ଏବେ ବି ନିରକ୍ଷରତା ଓ ବେରୋଜଗାର ଉଦ୍‌ବେଗଜନକ ।
 
ଆଦିବାସୀ ଉପଯୋଜନାରେ କେନ୍ଦ୍ର ସରକାର ଦେଉଥିବା ଅର୍ଥର ମାତ୍ର ୨୦.୫ ପ୍ରତିଶତ ଖର୍ଚ୍ଚ କରିବାରେ ଓଡିଶା ସରକାର ସକ୍ଷମ ହୋଇଛି । ସବୁ ବିଭାଗ ଟିଏସ୍‌ପି ପାଇଁ ନିଜର ଧନ ଦେଉନାହିଁ । ଆଦିବାସୀ ସ୍କୁଲଗୁଡିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନିୟମିତ କରାଯାଉନି । ୨୦୧୦ ମସିହାରୁ ୨୩୭ଟି ଛାତ୍ରାବାସ ନିର୍ମାଣ ପାଇଁ ପାଣ୍ଠି ବରାଦ ହୋଇଥିଲେ ହେଁ ତାହା ଏ ପର୍ଯ୍ୟନ୍ତ ସରିନି । ଆଦିବାସୀମାନେ ସଂଗ୍ରହ କରୁଥିବା ଲଘୁବନଜାତ ଦ୍ରବ୍ୟର ବିକ୍ରି ବଟାର ଉପଯୁକ୍ତ ମୂଲ୍ୟ ନାହିଁ କି ବଜାର ନାହିଁ ।
 
ଏବେ ବି କେବିକେର ଦାରିଦ୍ର୍ୟ ହାର ସର୍ବାଧିକ ରହିଛି । କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଚାଷ କ୍ଷେତରେ ଜଳ ନାହିଁ କି ଲୋକଙ୍କ ପାଖରେ ଜୀବିକା ନାହିଁ । ଜୁନାଗଡ ବ୍ଲକ୍‌ର ଜଣେ ଦାଦନ ଶ୍ରମିକ ମାନସିକ ବିକାରଗ୍ରସ୍ଥ ଅବସ୍ଥାରେ ଖାଇବାକୁ ନପାଇ ମୃତ୍ୟୁବରଣ କରିଥିବା ଘଟଣା ଅଶି ଦଶକର ଦାରିଦ୍ର୍ୟ ଚିତ୍ରକୁ ଉଖାରି ଦେଇଛି ।
 
ମାଳ ମାଳ ଯୋଜନା ହେଉଛି । କେବିକେ, ବିଜୁ କେବିକେ, ପଛୁଆ ଅଞ୍ଚଳ ବିକାଶ ପାଣ୍ଠି ଭଳି ଅନେକ ଯୋଜନା । ହେଲେ ଜନଗଣଙ୍କ ସ୍ଥିତିରେ ଯଥା ପୂର୍ବଂ ତଥା ପରଂ ସ୍ଥିତି । କାହିଁକି ଏ ସ୍ଥିତି ବଦଳୁନି ତାକୁ ନେଇ ବିଶେଷ ମାନସ ମନ୍ଥନ ହେଉନଥିବା ପରିତାପର ବିଷୟ ।
  • Tags:

Subscribe

National International State Sports Entertainment