ମାଟିରେ ପୋତା ହୋଇଥିବା ମହିଳାଙ୍କ ଶବ ହଠାତ୍‌ ଫୁଲି ଉପରକୁ ଉଠିଲା
Khabar Odisha:woman-died-body-came-out-from-ground
ଗ୍ୱାଲିଅର୍‌,ମେ ୧୦(ଖବର ଓଡିଶା): ଗ୍ୱାଲିଅର ନିକଟସ୍ଥ ରାଜପଥ ପାଖର ବୁଦାମୂଳରୁ ଜଣେ ମହିଳାଙ୍କର ଶବ ଅଚାନକ ଭାବରେ ମାଟି ଉପରକୁ ବାହାରି ଆସିଲା । ମହିଳାଙ୍କ ମୃତଦେହ ପାଖରେ କପଡା ଓ କିଛି ପୂଜା ସାମଗ୍ରୀ ମିଳିଛି । ଯାହାକୁ ଦେଖିଲେ ଲାଗୁଛି ତନ୍ତ୍ରମନ୍ତ୍ର କରାଯାଇ ଶବକୁ ମାଟିରେ ପୋତା ଯାଇଥିଲା । ପୋଲିସ ଉକ୍ତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଘଟଣାକୁ ପୋଲିସ ମନା କରିଦେଇଛି । ପୋଲିସ ଆଶଙ୍କା କରି କହିଛି କି ମହିଳାଙ୍କୁ କବର ଦିଆଯାଇଥିବା ବେଳେ ଗଭୀରତା କମ୍‌ କରାଯାଇଥିଲା,ଯାହାଦ୍ୱାରା ଏପରି ଘଟଣା ଘଟିଲା ।
 
ଗତ ମଙ୍ଗଳବାର ଦ୍ୱିପ୍ରହର ସମୟରେ କୋଟା ଝାନ୍‌ସୀ ରାସ୍ତାର ତେନ୍ଦୁଆ ଗ୍ରାମ ପାଖରେ ଏକ ଜମିରେ ଜଣେ ମହିଳାଙ୍କ ଶବ ଅଧା ଉପରକୁ ଉଠିଥିବାର ଲୋକ ଦେଖିଥିଲେ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିଲା । ମହିଳାଙ୍କ ଶରୀରରେ କିଛି କପଡା ନଥିଲା । ଅଦ୍ୟାବଧି ମୃତଦେହଟିର ଚିହ୍ନଟ ହୋଇନାହିଁ ।
 
ତେନ୍ଦୁଆ ଗ୍ରାମର ଥାନାଅଧିକାରୀ କହିଛନ୍ତି କି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡିବ । ଯାହାଜଣାପଡୁଛି ଏ ମହିଳା ଜଣକ ବନ୍‌ଜାରନ୍‌ ସମ୍ପ୍ରଦାୟର । ଶରୀରରେ କ୍ଷତଚିହ୍ନ ବି ନାହିଁ । ମୃତଦେହଟି ପାଖାପାଖି ପାଞ୍ଚଦିନ ତଳର । 
  • Tags:

Subscribe

National International State Sports Entertainment