ବଢ଼ୁଛି ତାତି, ଆସନ୍ତା ଦୁଇଦିନ ପରେ ମିଳିପାରେ ଆଶ୍ୱସ୍ତି
Khabar Odisha:Hot-Weather-in-Odisha
ଭୁବନେଶ୍ୱର,ମେ ୮(ଖବର ଓଡିଶା): ଓଡିଶା ତତଲା କଡେଇରେ ଭାଜି ହେଲାଣି । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଗତକାଲି ରାଜ୍ୟର ୮ଟିସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା  । ମାତ୍ର ଆଜିଠାରୁ  ତାପମାତ୍ରା ସାମାନ୍ୟ ହ୍ରାସ  ପାଇବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି  ତାତି ବୃଦ୍ଧି ପାଇବାର ସମ୍ଭାବନା ଥିବାବେଳେ ଦୁଇଦିନ ପରେ ତାତିରୁ ସାମାନ୍ୟ ନିସ୍ତାର ମିଳିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । 
 
ସୂଚନା ଅନୁସାରେ କେତେକ ସ୍ଥାନରେ  କାଳବୈଶାଖୀ  ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଜଣାଇଛି । ମାତ୍ର ଆସନ୍ତା ୧୧ରୁ ତାତି ପୁଣି ବଢିବା ବୋଲି ଆକଳନ କରାଯାଉଛି । ଗତକାଲି ରାଜଧାନୀରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା ।  ଗୋଟିଏ ଦିନରେ ତାପମାତ୍ରା ୪ ଡିଗ୍ରୀକୁ  ବୃଦ୍ଧି ପାଇଥିଲା ।
  • Tags:

Subscribe

National International State Sports Entertainment